www.samajalive.in
Tuesday, December 9, 2025
19.1 C
Bhubaneswar

ଐତିହାସିକ ଗଡପାଟି ଦୁର୍ଗରେ ଆରାଧ୍ୟ ଦେବୀ ଗଡପାଟିଏନ୍‌ଙ୍କ ବାର୍ଷିକ ପୂଜା ମହୋତ୍ସବ

ରେଙ୍ଗାଲି:ସ୍ୱାଧିନା ସଂଗ୍ରାମ ର ଅନ୍ୟତମ ମୁକ ସାକ୍ଷୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଅଭେଦ ଦୁର୍ଗ ଗଡପାଟି ଜଙ୍ଗଲରେ ଥିବା ଗଡପାଟି ଦୁର୍ଗ ଶିଖର ଏବଂ ପାଦ ଦେଶରେ ଆଜି ଅାରାଧ୍ୟ ଦେବୀ ଗଡପାଟିଏନ୍‌ଙ୍କ ବାର୍ଷିକ ପୂଜା ମହୋତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଦୁର୍ଗମ ଗଡପାଟି ଜଙ୍ଗଲ ଶିଖରରେ ଥିବା ମା’ ଗଡପାଟିଏନ୍ ଏବଂ ଜଙ୍ଗଲର ପାଦଦେଶରେ ଥିବା ଝରନପାଲି ଓ ତବଡା ବାହଲ ଗ୍ରାମରେ ଥିବା ଦେବୀଙ୍କ ପ୍ରତିମୂତ୍ତିରେରେ ବିଧିମତେ ପୂଜା ଅର୍ଚ୍ଚନା କରାଯାଇଥିଲା। ମା’ ଗଡପାଟିଏନ୍‌ଙ୍କ ବାର୍ଷିକ ପୂଜା ମହୋତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପୂଜା ମହୋତ୍ସବରେ ସାମିଲ ହୋଇ ଦେବୀଙ୍କୁ ଦର୍ଶନ ତଥା ପୂଜା ଅର୍ଚ୍ଚନା କରିଥିବାର ଦେଖିବାକୁ ମିଳିଥିଲା।
ଜନଶ୍ରୁତିରୁ ପ୍ରକାଶ ଯେ ଗଡପାଟି ଦୁର୍ଗରେ ନିଜ ଗରିଲାବାହିନୀ ସହିତ ବୀର ସୁରେନ୍ଦ୍ର ସାଏ ଅବସ୍ଥାନ କରି ଇଂରେଜ ସେନା ଙ୍କ ସହିତ ଗରିଲା ଯୁଦ୍ଧ କରି ବ୍ରିଟିଶ ସରକାରଙ୍କୁ ନାକେଦମ୍ କରି ଦେଇଥିଲେ। ସୁରେନ୍ଦ୍ର ସାଏ ମା’ ସମଲେଶ୍ୱରୀଙ୍କୁ ଗଡପାଟି ଦୁର୍ଗ କୁ ଆବହନ କରି ପୂଜା ଅାରାଧନା କରୁଥିଲେ। ମା’ ସମଲେଶ୍ୱରୀ ଗଡପାଟି ଦୁର୍ଗରେ ପୂଜା ପାଇ ଗଡପାଟିଏନ୍ ଦେବୀ ରୂପେ ଅଞ୍ଚଳରେ ପରିଚିତ ହୋଇ ପୂଜିତ ହେଲେ। ସୁରେନ୍ଦ୍ର ସାଏଙ୍କ ଅବର୍ତ୍ତମାନରେ ମଧ୍ୟ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଏବଂ ଆସ୍ଥାରେ ଦେବୀଙ୍କ ଆଗମନର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଗଡପାଟି ଦୁର୍ଗର ଶିଖରରେ ଥିବା ଦେବୀଙ୍କ ପ୍ରତିମୂର୍ତ୍ତି ଏବଂ ଦୁର୍ଗରେ ପାଦ ଦେଶର ଦୁଇ ପାର୍ଶ୍ବରେ ଥିବା ଝରନପାଲି ଏବଂ ତବଡାବାହଲରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣିମା ଦିନ ଧୁମ୍ ଧାମ୍‌ରେ ଆନନ୍ଦ ଉତ୍ସାହର ସହିତ ଦେବୀ ଗଡପାଟିଏନ୍‌ଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି।
ସମତଳ ଭୂମିରୁ ପ୍ରାୟ ୩/୪ ହଜାର ମିଟର ଉଚ୍ଚତା ରେ ଥିବା ଗଡପାଟି ଦୁର୍ଗରେ ଅଧିଷ୍ଠିତ ଦେବୀ ଗଡପାଟିଏନ୍ ଶ୍ରଦ୍ଧାଳୁଙ୍କ ମାନସିକ ଅଭିଲାଷ ପୂରଣ କରନ୍ତି ବୋଲି ଦୃଢ ଆସ୍ଥା ଏବଂ ବିଶ୍ୱାସ ଥିବାରୁ ବାର୍ଷକ ପୂଜା ମହୋତ୍ସବରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।
ଗଡପାଟି ଦୁର୍ଗ ସ୍ୱାଧିନତା ସଂଗ୍ରାମ ର ଅନ୍ୟତମ ମୁକସାକ୍ଷୀ । ଏହାକୁ ଏକ ଐତିହାସିକ ପର୍ଯଟନସ୍ଥଳୀ ରୂପେ ବିକଶିତ କରି ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବାକୁ ବହୁବର୍ଷ ହେଲା ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ଏଦିଗରେ ଏହି ଅଞ୍ଚଳ ରୁ ନିର୍ବାଚିତ ହେଉଥିବା ଜନ ପ୍ରତିନିଧି ମାନେ ଆନ୍ତରିକ ଉଦ୍ୟମ କରିବାକୁ ଦାବୀ ହେଉଛି। ସରକାର ଐତିହାସିକ କିର୍ତ୍ତିରାଜି ଗୁଡିର ପୁନଃରୁଦ୍ଧାର ଏବଂ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବାରମ୍ବାର ଘୋଷଣା କରୁଥିବା ବେଳେ ଗଡପାଟି ଦୁର୍ଗ ଅବେଳିତ ହୋଇ ରହିବା ଦୁର୍ଭାଗ୍ୟର ବିଷୟ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories