www.samajalive.in
Thursday, December 11, 2025
14.1 C
Bhubaneswar

ପଞ୍ଚୁକରେ ମୁକୁଳା ପଡିଛି ସଂକୀର୍ତନ ମଣ୍ଡପ, ମୃଦଙ୍ଗ କାରିଗର ନିରାଶ

ଫୁଲବାଣୀ: ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବର୍ଷର ନାନା ପର୍ବପର୍ବାଣୀ ଗୁଡ଼ିକ ପାଳନ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି। ଫଳରେ ଗଣେଶ ପୂଜା ଠାରୁ ଆରମ୍ଭ କରି ଦଶହରା, ଦୀପାବଳୀ, କାଳିପୂଜା ଭଳି ସମସ୍ତ ପର୍ବ ସବୁ ଯଥା ରୀତି ନୀତିରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲାରେ କାର୍ତ୍ତିକ ମାସରେ ମଧ୍ୟ ହବିଷ୍ୟାଳି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିତରେ ଏହାକୁ ନେଇ କଟକଣା ଯୋଗୁଁ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି। ଏହାସହିତ ପ୍ରତି ବର୍ଷ କାର୍ତ୍ତିକ ମାସରେ ଜିଲ୍ଲାର ଗ୍ରାମାଂଚଳରେ ଥିବା କିର୍ତନ ମଣ୍ଡପ ଗୁଡିକରେ ପଂଚୁକର ପାଂଚ ଦିନ ଧରି ନାମସଂର୍କୀତନ କରାଯିବା ସହିତ ଅଂଚଳରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହେଉଥିଲା ବର୍ତମାନ ସମସ୍ତ କୀର୍ତ୍ତନ ମଣ୍ଡପ ସବୁ ଜନ ଶୁନ୍ୟ ହେବା ସହିତ ମୁକୁଳା ପଡିଥିବାର ଦେଖାଯାଉଛି। ଏଥିପାଇଁ ଚଳିତ ବର୍ଷ ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସୁଥିବା ମୃଦଙ୍ଗ କାରିଗର ମାନଙ୍କୁ ମଧ୍ୟ ନିରାଶର ସମ୍ମୁଖିନ ହେବାକୁ ପଡିଛି। ପ୍ରତି ବର୍ଷ ସେମାନେ ଭଲ ରୋଜଗାର କରୁଥିଲେ। ହେଲେ କୋଭିଡ କଟକଣା ଯୋଗୁଁ ସେମାନଙ୍କ ମୃଦଙ୍ଗ ଏବଂ କୀର୍ତନରେ ବ୍ୟବହାର ହେଉଥିବା ବିଭିନ୍ନ ବାଦ୍ୟ ଯନ୍ତ୍ର ସବୁର ବିକ୍ରିବଟା ହୋଇନାହିଁ। ସେଥିପାଇଁ ସେମାନେ ମଧ୍ୟ ନିରାଣ ହୋଇଥିବାର କହିଛନ୍ତି ମୃଦଙ୍ଗ କାରିଗର ମାନେ। ଆସନ୍ତା କାଲି କାର୍ତୀକ ପୁର୍ଣ୍ଣୀମା ଥିବାବେଳେ ଅଞ୍ଚଳର ସମସ୍ତ ଧାର୍ମୀକ ସ୍ଥଳ ଗୁଡିକ ସଂପୂର୍ଣ୍ଣଭାବେ ଖାଁଖାଁ ଲାଗୁଛି। ମନ୍ଦିର ସବୁ ଖାଲି ପଡିଛି। ଜିଲ୍ଲାରେ ଥିବା ସମସ୍ତ ଗାଁ ମଣ୍ଡପ ଗୁଡିକ ବର୍ତମାନ ଚଳଚଞ୍ଚଳ ହେବା ବଦଳରେ ସେହି ଯାଗା ସବୁ ଜନଶୁନ୍ୟ ଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ଦିର ସବୁ ମଧ୍ୟ ଖାଲିଖାଲି ଲାଗୁଛି।

 

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories