ବିମାନବନ୍ଦରରେ କଡ଼ା ସୁରକ୍ଷା

0

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ନେଇ ଏବେ ପୁରା ପ୍ରଶାସନ ଚଳଚଞ୍ଚଳ ଥିବା ବେଳେ ବିମାନବନ୍ଦରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ଆସନ୍ତା ୧୭ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ତା ପରଦିନ ନୂଆଦିଲ୍ଲୀ ଫେରି ଯିବେ। ହସ୍ତଗତ ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର୍‌ (ଏସ୍‌ଓପି) ଏବଂ ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବନ୍ଦୋବସ୍ତ କରାଯିବ। ରାଷ୍ଟ୍ରପତିଙ୍କ ବିମାନ ଅବତରଣ କରିବାର ୪୮ ଘଣ୍ଟା ପୂର୍ବରୁ ସୁରକ୍ଷା ଗତିବିଧିକୁ ତ୍ୱାରାନ୍ୱିତ କରାଯିବ। ବିମାନବନ୍ଦରର ସିଆଇଏସ୍‌ଏଫ୍‌ ସହିତ ଏନ୍‌ଏସ୍‌ଜି, ଏସ୍‌ପିଜି, ରାଜ୍ୟ ପୁଲିସ୍‌ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ରହିବେ। ଏପରିକି ମୋଦିଙ୍କ ବିମାନ ଆସିବା ଓ ଯିବା ସମୟରେ ଭୁବନେଶ୍ୱରକୁ ନୋ-ଫ୍ଲାଏ ଜୋନ୍‌ ଭାବେ ଘୋଷଣା କରାଯିବ। ଏହି ସମୟରେ କୌଣସି ବିମାନ ଭୁବନେଶ୍ୱର ଦେଇ ଚଳାଚଳ କରିବ ନାହିଁ। ତେଣୁ ସମସ୍ତ ବିମାନ ଯେପରି ସ୍ୱାଚ୍ଛନ୍ଦ୍ୟରେ ଚଳାଚଳ କରି ପାରିବେ, ସେନେଇ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଟର୍ମିନାଲ୍‌ ଭିତରକୁ ଯାତ୍ରୀଙ୍କ ବ୍ୟତୀତ ଅନ୍ୟ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଅଙ୍କୁଶ ଜାରି କରାଯିବାର ସମ୍ଭାବନା ରହିଛି। ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ କହିବା ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ଆମର ପ୍ରସ୍ତୁତି ସମ୍ପର୍କରେ ବିଶେଷ କିଛି ସୂଚନା ଦେଇହେବ ନାହିଁ। ତେବେ ରାଷ୍ଟ୍ରପତିଙ୍କ ଟର୍ମିନାଲ୍‌-୨ ନିକଟରେ ଆସି ରହିବ ଏବଂ ସେହିଠାରେ ଅନ୍ୟ ଭିଭିଆଇପିମାନେ ତାଙ୍କୁ ସ୍ୱାଗତ କରିବେ। ଏହା ପରେ ତାଙ୍କ କାର୍‌କେଡ୍‌ କାର୍ଗୋ ହବ୍‌ କିମ୍ବା ଅନ୍ୟ ସ୍ୱତନ୍ତ୍ର ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଯିବ। ଏହି ସମୟ ମଧ୍ୟରେ ବିମାବନ୍ଦରର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ କିମ୍ବା ଅନ୍ୟ କୌଣସି କର୍ମଚାରୀ ସେଠାରେ ରହିବେ ନାହିଁ। ଟର୍ମିନାଲ୍‌-୨କୁ ଏବେ କେବଳ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବାରୁ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ। ତେବେ ଏହି ସମୟରେ ସାଧାରଣ ଯାତ୍ରୀଙ୍କ ଯିବା ଆସିବା ଉପରେ କୌଣସି ପ୍ରଭାବ ପଡିବ ନାହିଁ।

Leave A Reply