www.samajalive.in
Friday, December 12, 2025
23.1 C
Bhubaneswar

କନ୍ଧମାଳରେ ଜାଡ଼

ଫୁଲବାଣୀ : ଶୀତରେ ଥରିଲା କନ୍ଧମାଳ। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡ଼ିଗ୍ରୀ ଓ ଫୁଲବାଣୀର ତାପମାତ୍ରା ୧୦.୫ ଡ଼ିଗ୍ରୀ ସେଲ୍‌ସିୟସ୍‍ ରେକର୍ଡ଼ କରାଯାଇଛି। ଚଳିତ ମାସ ୯ ତାରିଖ ପରଠାରୁ ଜିଲାରୁ ଶୀତ ଉଭେଇ ଯାଇଥିବା ବେଳେ ଦୁଇଦିନ ହେଲା ପୁଣିଥରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଦାରିଙ୍ଗବାଡ଼ିରେ ଲଗାତାର ଭାବେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବୁଧବାର ଦାରିଙ୍ଗବାଡ଼ି ତାପମାତ୍ରା ୮.୫ ଡିଗ୍ରୀ ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଅଛି। ଯାହାକି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା। ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ର ୯ଡିଗ୍ରୀ ରହିଥିଲା। ଏହି ଅଞ୍ଚଳରେ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି। ପ୍ରବଳ ଶୀତ ସହିତ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିିବାକୁ ଉଚିତ ମଣୁ ନାହଁାନ୍ତି। ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସି ରହୁଛନ୍ତି। ଅସମ୍ଭାଳ ଜାଡ଼ ଯୋଗୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବରିଷ୍ଠ ନାଗରିକଙ୍କ ଅବସ୍ଥା ଅସମ୍ଭାଳ ହୋଇପଡିଲାଣି। ଶୀତ ବୃଦ୍ଧି କାରଣରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ବୃଦ୍ଧ/ବୃଦ୍ଧା ଓ ଗରିବ ପରିବାର ଲୋକେ ଗରମ ପୋଷାକ କିଣି ପାରୁନଥିବାରୁ ନିଆଁ ହିଁ ସେମାନଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି। ଦାରିଙ୍ଗବାଡ଼ିର ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ଢେର ହ୍ରାସ ପାଇଛି। ଅଞ୍ଚଳର ଦିନମଜୁରିଆଙ୍କ ଦୁଃଖ ବଢ଼ି ଯାଇଛି। ପ୍ରବଳ ଶୀତ ଯୋଗୁ ସକାଳୁ କାମ କରିବାକୁ ଦିନମଜୁରିଆ ଯାଇପାରୁନାହାନ୍ତି। ଫୁଲବାଣୀ ସମେତ ବେଲଘର , ବ୍ରାହ୍ମଣୀଗାଁ, କୋଟଗଡ଼, ତୁମୁଡ଼ିବନ୍ଧ, ରାଇକିଆ , ଫିରିଙ୍ଗିଆ , ଗୋଛାପଡ଼ା, ଖଜୁରିପଡ଼ା ଭଳି ସମଗ୍ର ଅଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ଦୁଇଦିନ ହେଲା ବୃଦ୍ଧି ପାଇଛି। ମଧ୍ୟ ରାତ୍ରିରେ କୁହୁଡ଼ି ସମଗ୍ର ଅଞ୍ଚଳରେ ଢାଙ୍କି ହୋଇଯାଉଥିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଢାଙ୍କି ହୋଇ ରହୁଛି। ଚାହା ଦୋକାନରେ ବେଶ୍‍ ଗହଳଚହଳ ଲାଗି ରହୁଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories