www.samajalive.in
Wednesday, December 10, 2025
16.1 C
Bhubaneswar

ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେଇ ପାରିବେ ନାହିଁ ସରକାରୀ କର୍ମଚାରୀ; କେନ୍ଦ୍ର ସରକାର ଜାରି ଗଲେ ମାର୍ଗଦର୍ଶିକା

ଆସନ୍ତା କାଲି (ନଭେମ୍ବର ୨୬) ତାରିଖରେ ୧୦ଟି ଶ୍ରମିକ ସଙ୍ଗଠନ ଧର୍ମଘଟ ଡ଼ାକରା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଧର୍ମଘଟ ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ନିମନ୍ତେ ଗ୍ରହଣ କରିଛନ୍ତି କଠୋର ପଦକ୍ଷେପ । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ନିର୍ଦେଶନାମା ଅନୁସାରେ ଏହି ଧର୍ମଘଟରେ ସରକାରୀ କର୍ମଚାରୀଙ୍କ ଯୋଗଦାନକୁ ବାରଣ କରାଯାଇଛି ।

- Advertisement -

ଆସନ୍ତାକାଲି ଟ୍ରେଡ ୟୁନିଅନ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC), ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ (INTUC), ଇଣ୍ଡିଆନ ଟ୍ରେଡ ୟୁନିଅନ (ସିଆଇଟିୟୁ), ହିନ୍ଦ ମଜଦୁର ସଭା (ଏଚଏମଏସ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (AIUTUC), ଟ୍ରେଡ ୟୁନିଅନ କୋ-ଅର୍ଡିନେସନ୍ ସେଣ୍ଟର (ଟିୟୁସିସି), ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଟ୍ରେଡ ୟୁନିଅନ୍ସ (ଏଆଇସିସିଟିୟୁ),ସ୍ବୟଂ ନିଯୁକ୍ତ ମହିଳା ସଙ୍ଗଠନ (ସେଭା), ପ୍ରଗତିଶୀଳ ଶ୍ରମିକ ଫେଡେରେଶନ (ଏଲପିଏଫ) ଏବଂ ୟୁନାଇଟେଡ ଟ୍ରେଡ ୟୁନିଅନ କଂଗ୍ରେସ (UTUC) ଧର୍ମଘଟ ଡ଼ାକରା ଦେଇଛନ୍ତି । ଏଥିରେ ଅଲଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ସାଧାରଣ  ଯୋଗଦେବାକୁ ଘୋଷଣା କରିଛି।

ଯୋଜନା ଶ୍ରମିକ, ଘରୋଇ ଶ୍ରମିକ, ନିର୍ମାଣ ଶ୍ରମିକ, ବିଡି କର୍ମଚାରୀ, ହକର, ବିକ୍ରେତା, କୃଷି ଶ୍ରମିକ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ସ୍ବଂୟ ନିଯୁକ୍ତ ବ୍ୟକ୍ତି ମଧ୍ୟ ‘ଚକ୍କା ଜାମ’ ଜାମ ଲାଗି ଡ଼ାକରା ଦେଇଛନ୍ତି ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories