www.samajalive.in
Monday, December 8, 2025
24.1 C
Bhubaneswar

ଜିଲାରେ ମାତିଛନ୍ତି ଲୁଟିଆ; ସିରିଜ୍‍ ଲୁଟ୍‍, ପୁଲିସକୁ ଖୋଲା ଚ୍ୟାଲେଞ୍ଜ

ବଲାଙ୍ଗିର: କରୋନା ପାଇଁ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ପ୍ରକ୍ରିୟା ସରି ସରି ଯାଉଛି। ଧୀରେ ଧୀରେ ସ୍ୱାଭାବିକ ହେଉଛି ସହରରୁ ଗ୍ରାମାଞ୍ଚଳ। ଲୋକଙ୍କ ଗହଳ ଚହଳକୁ ପରବାୟ ନାହିଁ। ବେଧଡକ ଓ ବିଫକର୍‍ ଭାବେ ଜଣେ ପରେ ଜଣେ ଲୋକଙ୍କୁ ଲୁଟିଆମାନେ ଟାର୍ଗେଟ କରୁଛନ୍ତି। ପୁଲିସ ଆଖି ଆଗରେ ସିରିଜ୍‍ ଲୁଟ୍‍ ମାମଲା ହେଉଥିଲେ ବି ଜିଲା ପୁଲିସର ପାରିବା ପଣିଆକୁ ନେଇ ଉଠୁଛି ପ୍ରଶ୍ନ। ସାଧାରଣ ଲୋକଙ୍କଠାରୁ ନେଇ ବ୍ୟବସାୟୀ, ବିଭିନ୍ନ ବର୍ଗର ଲୋକେ ଏବେ ପୁଲିସର ସଫଳତା ଅପେକ୍ଷା ବିଫଳତାର ହିସାବ ଖାତା ଧରିଲେଣି। ଲୁଟ୍‍ର ଶିକାର ହୋଇଥିବା ଲୋକେ ଟଙ୍କା ଫେରି ପାଇବେକି ନାହିଁ ତାକୁ ନେଇ ଉଠିଲାଣି ସନ୍ଦେହ।

ବଲାଙ୍ଗିର ଏସ୍‍ପି ସନ୍ଦୀପ ମାଡେକର। ମଙ୍ଗଳବାର ଶ୍ରୀ ମାଡେକର କଣ୍ଟବାଞ୍ଜି ପୁଲିସ ଉପଖଣ୍ଡରେ କ୍ରାଇମ ମିଟିଂ ଚଳାଇଥିଲେ। କେଉଁ ଥାନା ପୁଲିସ କେତେ ମାମଲାର ଯାଞ୍ଚ ରିପୋର୍ଟ ଦେଇଛନ୍ତି ତାର ହିସାବ କରାଯାଉଥିଲା। ଖୋଦ୍‍ ଏସ୍‍ପି କଣ୍ଟାବାଞ୍ଜି ସହରରେ ଥିବା ବେଳେ ଲୁଟିଆମାନେ ଏହାକୁ ଖାତିର ହିଁ କରି ନଥିଲେ। ନିଜ ଷ୍ଟାଇଲ୍‍ରେ ଲୁଟିଥିଲେ ଟଙ୍କା। ଆଉ ସେଠାରୁ ଆଖି ପିଛୁଳାକେ ଚମ୍ପଟ ବି ମାରିଥିଲେ। ସୂଚନା ଅନୁସାରେ, ବଲପଡ଼ା ବ୍ଲକ ମଧ୍ୟପୁର ଗାଁର ରାଜରାମ ନାଏକ ବଲାଙ୍ଗିର-କଣ୍ଟାବାଞ୍ଜି ରାସ୍ତାରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଉଠାଇ ବାଳିକା ହାଇସ୍କୁଲ ନିକଟରେ ଥିବା ବୋଲେରୋ ଗାଡିରେ ବସିଥିଲେ। ପଛପଟୁ ୨ଜଣ ବାଇକ୍‍ ଆରୋହୀ ଆସି ଶ୍ରୀ ନାଏକଙ୍କ ହାତରୁ ୭ଲକ୍ଷ ଟଙ୍କା ଥିବା ବ୍ୟାଗ ଝାମ୍ପି ଚାଲି ଯାଇଥିଲେ। ସେହପରି ଡୁମେରଚୁଆଁ ଗାଁର ବୁଠି ପରାଭୁଏ ନିଜ ସ୍ତ୍ରୀ ଭୂମିଙ୍କ ସହ ଏସ୍‍ଏଚ୍‍ଜି ଟଙ୍କା ୩୮ହଜାର ଉଠାଇଥିଲେ। ଡାକ୍ତରଖାନା ଛକରୁ ଟଙ୍କା ବ୍ୟାଗ ଲୁଟ୍‍ ହୋଇଥିଲା।

- Advertisement -

କେବଳ କଣ୍ଟାବାଞ୍ଜି ନୁହେଁ, ଦେଓଗାଁ ବ୍ଲକର ବନ୍ଧପଡ଼ା ରାସ୍ତାରେ ଲୁଟ୍‍ ନିୟମିତ ବ୍ୟବଧାନରେ ହେଉଛି। ଦେଓଗାଁ ପରେ ତୁଷୁରାରୁ ମଧ୍ୟ ଅନୁରୂପ ଭାବେ ଲୁଟ୍‍ ହୋଇଥିଲା। କଳାହାଣ୍ଡି ଜିଲା ଗଜବାହାଲରେ ଥିବା ଶ୍ରୀ ବାଲାଜୀ ରାଇସ୍‍ ମିଲ୍‍ର ଆକାଉଣ୍ଟଟାଣ୍ଟ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ବାଇକ୍‍ରେ ଆସି ୨ଜଣ ଲୁଟ୍‍ କରିଥିଲେ। ତୁଷୁରା ପରେ ଟାର୍ଗେଟ କରିଥିଲେ ସଇଁନ୍ତଲାକୁ। ସୋମବାର ଜଣେ ମହିଳାଙ୍କର ୪୮ହଜାର ଟଙ୍କା ଲୁଟ୍‍ କରି ଫେରାର ମାରିଥିଲେ ଲୁଟିଆ। ଆଉ ମଙ୍ଗଳବାର କଣ୍ଟବାଞ୍ଜି ମୁହାଁ ହୋଇଥିଲେ। ଦେଓଗାଁ ଲୁଟ୍‍ ମାମଲାରେ ପୁଲିସ କିଛି ସଫଳତା ପାଇଛି। ସେହିପରି ପୁଇଁନ୍ତଲା ଥାନା ପୁଲିସ ମଧ୍ୟ ଲୁଟ୍‍ ମାମଲାରେ ୪ଜଣଙ୍କୁ ଗିରଫ କରିଛି। କିନ୍ତୁ ହଜାରେରୁ ଏବେ ଲକ୍ଷାଧିକ ଟଙ୍କା ଉପରେ ଲୁଟିଆଙ୍କ ଆଖି। ଏହିକ୍ରମରେ ତୁଷୁରା, ସଇଁନ୍ତଲା ଓ କଣ୍ଟାବାଞ୍ଜିରେ ଲୁଟ୍‍ ହୋଇଥିବା ବେଳେ ଆଗକୁ ଆଉ କେଉଁଠି ଲୁଟିଆଙ୍କ ନଜର ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ବିଶେଷ କରି ବର୍ତ୍ତମାନ ଧାନ କିଣା ସମୟ ଓ ବ୍ୟବସାୟିକଙ୍କ ପାଇଁ ଆଗକୁ ଡିସେମ୍ବର ମାସ। ତେଣୁ ଏବେଠାରୁ ପର୍ଯ୍ୟାୟ କରି ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ରେ ପଡ଼ିଥିବା ବକେୟା ଦେବାର ଓ ପାଇବାର ଅଛି। ଆଉ ଏହାକୁ ସୁଯୋଗ ବୋଲି ଧରି ନେଇଛନ୍ତି ଲୁଟେରା। ଅନ୍ୟପଟେ ଜିଲା ପୁଲିସର ଦକ୍ଷତା ଓ ଆଭିମୁଖ୍ୟ ଉପରେ ଲୋକେ ସନ୍ଦେହ କରୁଛନ୍ତି। ତେଣୁ ବିଶ୍ୱାସ ଅପେକ୍ଷା ଏବେ ଜିଲା ପୁଲିସ ଆସ୍ଥା ହରାଇବାକୁ ବସିଛି ବୋଲି ସାଧାରଣରେ ସମାଲୋଚନା ହେଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories