www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜେଇ ଜବତ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଚାରିଛକ ନର୍ସରୀ ନିକଟରୁ ବୁଧୁବାର ପୁରୁଣାକଟକ ପୁଲିସ ଚଢଉ କରି ୨୪କେ.ଜି ୬ଶହ ଗ୍ରାମ ଗଞ୍ଜେଇ ବସ୍ତା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଚାରିଛକ କାରଗିଲ ସାହିର ଅର୍ନ୍ତଯ୍ୟାମୀ ସାହୁ(୪୮) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚାରିଛକ ମେଗା ନର୍ସରୀ ନିକଟରୁ ଗଞ୍ଜେଇ ଚୋରାଚାଲାଣ ସଂର୍ପକରେ ସୂଚନା ପାଇ ପୁଲିସ ଚଢଉ କରିଥିଲା। ସେଠାରୁ ଏକ ଗଞ୍ଜେଇ ବସ୍ତା ସହ ଜଣଙ୍କୁ ଗିରଫ କରିଥିଲା। ଏନେଇ ପୁରୁଣାକଟକ ଥାନା କେଶ ନଂ ୧୩୮/୨୦ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories