www.samajalive.in
Saturday, December 6, 2025
15.1 C
Bhubaneswar

ଜିଲା ନିର୍ମାଣ ମଜଦୂର ସଂଘ ପକ୍ଷରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ନବରଙ୍ଗପୁର ଜିଲା ପକ୍ଷରୁ ମାଝୀଗୁଡା ଛକରୁ ଏକ ଶୋଭାଯାତ୍ରା କରାଯାଇ ଜିଲାପାଳଙ୍କର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ରାଜ୍ୟ ଶ୍ରମ କମିଶନର ତଥା ସଚିବ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୂବନେଶ୍ୱରଙ୍କୁ ଜିଲପାଳଙ୍କର ଜରିଆରେ ୧୧ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ମଜଦୂର ସଂଘର ଜିଲା ଉପସଭାପତି ରଙ୍କନାଥ ଜେନା, ଜିଲା ସମ୍ପାଦକ ତଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘର ଜିଲା ସଭାପତି ପରମେଶ୍ୱର ବିଷୋୟୀ, ସମ୍ପାଦକ ରାମ ବିଷୋୟୀ ଉପସ୍ଥିତ ରହି ନିର୍ମାଣ ଶ୍ରମିକମାନଙ୍କର ବିଭନ୍ନ ସମସ୍ୟା ସଂପର୍କରେ କହିଥିଲେ। କରୋନା ସମୟରେ ନିର୍ମାଣ ଶ୍ରମିକ ମାନଙ୍କର ପାଇଁ ଆସିଥିବା ୧୫୦୦ ଟଙ୍କାକୁ ବିଭିନ୍ନବ୍ଲକର ଓ ପୈାରପାଳିକା ଅଞ୍ଚଳର ଅନେକ ଶ୍ରମିକ ଆଜି ସୁଦ୍ଧା ପ୍ରଦାନ କରାଯାଇ ନାହିଁ କିମ୍ବା ଜିଲା ଶ୍ରମ କାର୍ଯ୍ୟାଳୟକୁ ଫେରସ୍ତ କରାଯାଇ ନାହିଁ। ଯାହାଫଳରେ ଅଧିକାଂଶ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲା ଶ୍ରମ କାର୍ଯ୍ୟାଳୟ ଖାଲିଥିବା ପଦବୀ ପୂରଣ କରାଯାଉ, ସହକାରୀ ଶ୍ରମ ଅଧିକାରୀ ଓ ଶ୍ରମ ନିରୀକ୍ଷକମାନଙ୍କୁ ନିଯୁକ୍ତ ଦିଆଯାଉ। ନିର୍ମାଣ ଶ୍ରମିକଙ୍କର ସହାୟତାରାଶି ଓ ଉପକରଣ ସମ୍ବନ୍ଧୀୟ ଆବେଦନପତ୍ର ଯଥାଶିଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯାଉ। ଶ୍ରମିକ ପଞିକରଣ କରାଯାଇ କାର୍ଡ ପ୍ରଦାନ କରାଯାଉ, ଜିଲାସ୍ତରରେ ନିର୍ମାଣ ଶ୍ରମିକମାନଙ୍କର ଲାଗି ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟଜଳ ଓ ପରିମଳ ବ୍ୟବସ୍ଥା କରାଯିବା, ଜିଲା ଶ୍ରମ କାର୍ଯ୍ୟାଳୟଗଡିକରେ ସ୍ୱତନ୍ତ୍ର ରେକର୍ଡରୁମ କରାଯିବା, ନିର୍ମାଣ ଶ୍ରମିକ ବୋର୍ଡକୁ ରାଜନୀତିଠାରୁ ଦୂରେଇ ରଖାଯିବା, ପରିଚୟପତ୍ର ପାଇଥିବା ଅସଙ୍ଗଠିତ ଶ୍ରମିକମାନଙ୍କୁ ମଧ୍ୟ ନିର୍ମାଣ ଶ୍ରମିକମାନଙ୍କ ଭଳି ମିଳୁଥିବା ସମସ୍ତ ଆର୍ଥୀକ ସହାୟତା ରାଶି ଯୋଗାଇ ଦିଆଯିବାକୁ ଦାବି କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories