www.samajalive.in
Wednesday, December 10, 2025
17.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ: କାର୍ଯ୍ୟରେ ଯୋଗଦେଲେ ନୂତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ପ୍ରଫେସର ସବିତା ଆଚାର୍ଯ୍ୟ ବାଣୀବିହାର କ୍ୟାମ୍ପସକୁ ଆସିଥିଲେ। ଏହାପରେ କୁଳପତିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ବିଶ୍ବବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗତକାଲି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ଦେଇଥିଲେ। କୁଳପତି ଭାବେ କାର୍ଯ୍ୟରେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ସାଙ୍ଗକୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

- Advertisement -

ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ଏସ୍‌ସି, ଏମ୍‌ଫିଲ୍‌, ପିଏଚ୍‌ଡି ଡିଗ୍ରୀ ହାସଲ କରିବା ସହିତ ପ୍ରଫେସର ସବିତା ଆଚାର୍ଯ୍ୟ ଇଂଲଣ୍ଡର ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟରୁ ପିଡିଏଫ୍‌ ଯୋଗ୍ୟତା ହାସଲ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଭାଗରେ ଅଧ୍ୟାପିକା, ପ୍ରାଧ୍ୟାପକ ଓ ପ୍ରଫେସର ଭାବେ ଶିକ୍ଷାଦାନ ଓ ଗବେଷଣାରେ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଅର୍ଜନକରିଥିବା ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନ୍‌ସିଲ୍‌ ଭାବେ କାର୍ଯ୍ୟ କରିଥିବାବେଳେ ଭାରପ୍ରାପ୍ତ କୁଳପତି ମଧ୍ୟ ହୋଇଛନ୍ତି। ଏହାସହିତ ଉତ୍କଳ ବିଶ୍ବବିଦ୍ୟାଳୟର ସିଡିସି ନିର୍ଦେଶକ, ସ୍କୁଲ ଅଫ୍ ୱମେନ୍ସ ଷ୍ଟଡ଼ି ନିର୍ଦେଶକ, ସ୍କୁଲ ଅଫ୍ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟଡ଼ିଜ୍ ନିର୍ଦେଶକ, ଡିନ୍‌ ଅଫ୍‌ ଫ୍ୟାକ୍‌ଲଟି ସୋସିଆଲ୍‌ ସାଇନ୍ସ, ୟୁନିଭର୍ସିଟି ହାଇସ୍କୁଲ ପରିଚାଳନା ଅଧ୍ୟକ୍ଷ, ନୃତତ୍ତ୍ବ ବିଭାଗ ମୁଖ୍ୟ, ସେଣ୍ଟର ଫର ଆଡ୍‌ଭାନ୍ସ ଷ୍ଟଡ଼ି କୋଅର୍ଡିନେଟର, ବୋର୍ଡ ଅଫ ଷ୍ଟଡିଜ୍‌ ଚେୟାର୍‌ମ୍ୟାନ୍‌ ଆଦି ପଦବୀରେ ସଫଳତା ସହ କାର୍ଯ୍ୟ ସମ୍ପାଦନ କରିଥିବା ପ୍ରଫେସର ସବିତା ଆଚାର୍ଯ୍ୟ ବାଣୀବିହାରରେ ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ଜଣାଶୁଣା। ସେ ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଭାଗ ସହିତ ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଛନ୍ତି। ଭାରତ ବାହାରେ ମଧ୍ୟ ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ଖ୍ୟାତି ରହିଛି। ବିଦେଶ ଭ୍ରମଣରେ ଯାଇ ସେଠାରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରତିପାଦନ କରିଛନ୍ତି। ଚୀନ, ବ୍ରାଜିଲ୍‌, ପୋଲାଣ୍ଡ, ଜର୍ମାନୀ ଆଦି ଦେଶ ସମେତ ଗୋଥେ ବିଶ୍ବବିଦ୍ୟାଳୟ, ତୁବେଙ୍ଗିନ ବିଶ୍ବବିଦ୍ୟାଳୟ ଆଦିରେ ସେ ତାଙ୍କର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପତି କରିଛନ୍ତି ଓ ତାହା ଆନ୍ତର୍ଜାତିୟ କ୍ଷେତ୍ରରେ ପ୍ରଶଂସିତ ଓ ଆଦୃତି ଲାଭ କରିଛି। ପ୍ରଫେସର ସବିତା ଆଚାର୍ଯ୍ୟ ଗୋଟିଏ ବହି ଲେଖିଥିବାବେଳେ ୨ଟିର ମୁଖ୍ୟ ସମ୍ପାଦକ, ୩ଟି ସମ୍ପାଦକ ରହିଛନ୍ତି। ତାଙ୍କର ୬୦ଟି ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିବାବେଳେ ତାଙ୍କ ଅଧୀନରେ ୬ଜଣ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories