www.samajalive.in
Sunday, December 7, 2025
13.1 C
Bhubaneswar

ଝାଟି ଓ ପ୍ଲାଷ୍ଟିକ ଛପର ତଳେ ବିତୁଛି ଜୀବନ

ବରପାଲି: ବରପାଲି ବ୍ଲକ ବନ୍ଧପାଲି ପଞ୍ଚାୟତ ଝୁଲୋପାଲି ଗାଁରେ ଜନୈକା ବିଧବାଙ୍କ ପରିବାର ଗତ ଚାରିବର୍ଷ ହେଲା ଝାଟିମାଟି ଘେରା ଚାଳ ଓ ପ୍ଲାଷ୍ଟିକ ଛପର ଘରେ ଦିନ ବିତଉଥିବା ଦେଖାଯାଇଛି। ପରିବାରଟି ତିନିପ୍ରାଣି କୁଟୁମ୍ବ ହୋଇଥିବାବେଳେ ସେମାନେ ଅସହାୟ ଭାବରେ ରହୁଥିବା ବେଳେ ଅର୍ଥ ଅଭାବରୁ ଭଲଭାବେ ପେଟର ଭୋକ ମଧ୍ୟ ସଠିକ ଭାବରେ ଭରିପାରୁନାହାନ୍ତି। ସବୁବେଳେ ପିନ୍ଧିବା ପାଇଁ ଲୁଗାପଟାର ଅଭାବି ଲାଗି ରହିଥିବା ବେଳେ ଘର ସଜାଡ଼ି କେମିତି ହେବ, ଟଙ୍କା କୋଉଠି ପାଇବୁ ବୋଲି ପରିବାର ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ଦ୍ୱୟ ଗରିବ ଓ ଅସହାୟ ଲୋକଙ୍କ ସହାୟତା ନିମନ୍ତେ ବିଭିନ୍ନ ଯୋଜନା ମାନ ପ୍ରଣୟନ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସାହାଯ୍ୟ ଯୋଗାଉଛୁ ବୋଲି ବିଭିନ୍ନ ସଭା ଏବଂ ସମିତିରେ ନିଜ ବଡ଼ପଣିଆ ଗାଇ ବୁଲୁଛନ୍ତି। ହେଲେ ପ୍ରକୃତ ଅସଲ ଝୁଲୋପାଲିରେ ତାର ଅସଲ ରୂପରେଖା ସ୍ୱଷ୍ଟଭାବରେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଥିଲା। ନିଃସହାୟ ଗରିବ ପରିବାର ଆଜି ମଧ୍ୟ ନିରାଶ୍ରୟା ଭାବରେ ସରକାରୀ ସହଯୋଗରୁ ବହୁ ଦୁରରେ ପଡ଼ିରହିଛି। ବହୁ ବର୍ଷ ହେଲା ଲଗାତାର ବର୍ଷା ପାଣି ପବନ ମାଡ଼ଖାଇ ପୈତୃକ ଘରଟି ଭାଙ୍ଗିଯାଇ ବର୍ତ୍ତମାନ କାନ୍ଥ ମାନ ଦଦରା ଓ ଛାତଟି ପୁରୁଣା ପାଳରେ ଢ଼ଙ୍କା ହୋଇ ପରିବାର ଲୋକଙ୍କ ସାହାରା ସାଜିଛି।

ଗତ ଆଠମାସ ପୁର୍ବରୁ ଗୃହକର୍ତ୍ତା ଜୟକୃଷ୍ଣ ବରିହାଙ୍କ ୪୬ବର୍ଷ ବୟଷରେ ସ୍ୱାସ୍ଥ୍ୟ ଜନିତ କାରଣରୁ ସର୍ଗବାସ ହୋଇଥିଲା। ବର୍ତ୍ତମାନ ଜୟକୃଷ୍ଣଙ୍କ ବିଧବା ପତ୍ନି ସକୁନ୍ତଳା ବରିହା (୩୩)ଙ୍କ ଦ୍ୱାରା ପରିବାରର ସମସ୍ତ ପାରିବାରିକ ବୋଝ ଉଠାଇବାକୁ ପଡ଼ୁଛି। ଅର୍ଥ ଅଭାବରୁ ଏକମାତ୍ର ପୁଅ ଗତ ଦଶବର୍ଷ ହେଲା ପାଠପଢ଼ାରୁ ଦୁରେଇ ଯିବା ସହିତ ପରଘରେ ଗୋତିକାମ କରୁଛି। ସକୁନ୍ତଳା ମଧ୍ୟ ଦିନ ମଜୁରିଆ ଭାବରେ ପରଘରେ କାମଧନ୍ଦା କରି ତିନିପ୍ରାଣି କୁଟୁମ୍ବ ଜାହିତାହି ଭାବେ ଚଳେଇ ନେଉଛି। ଆବାସ ଗୃହ ଓ ବିଧବା ଭତ୍ତା ପାଇଁ ସ୍ଥାନିୟ ବ୍ଲକ କାର୍ଯ୍ୟାଳୟ ସହ ପଞ୍ଚାୟତ ବାବୁଙ୍କ ଦ୍ୱାରସ୍ଥ ହୋଇ ଘରଟି ଭାଙ୍ଗିଯାଇଥିବା ଦର୍ଶାଇ ସରକାରୀ ସହାୟତା ପାଇଁ ବହୁ ବାର ଆବେଦେନ ଜଣାଇସାରିଛି। ହେଲେ ଦିନପରେ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣଷି ଉଚିତ ସହାୟତା ମିଳିପାରିନଥିଲା। ସେହିପରି ବିଧବା ମାସିକଭତ୍ତା ମିଳିବ ମିଳିବ ବୋଲି କେବଳ ପ୍ରତିଶୃତି ମଧ୍ୟରେ ପଡ଼ିରହିଛୁ ବୋଲି ସକୁନ୍ତଳା ଜଣାଇଥିଲେ। ଅର୍ଥିକ ଅନାଟନ ଲାଗିରହିଥିବାରୁ ସକୁନ୍ତଳା ଆଜି ପର୍ଯ୍ୟନ୍ତ ଘରର ମରାମତି ମଧ୍ୟ କରିପାରିଲାନାହିଁ। ସମସ୍ୟାକୁ ନେଇ ପଞ୍ଚାୟତ ବାଲାଙ୍କ କହିବାକଥା ହିତାଧିକାରିଣୀଙ୍କ ଆବେଦନ ମଞ୍ଜୁରି ହୋଇଯାଇଛି। ଖୁବ ଅଳ୍ପଦିନ ମଧ୍ୟରେ ଆବାସଗୃହ ଯୋଗାଇ ଦିଆଯିବା ସହିତ ମାସିକ ସହାୟତା ଭତ୍ତାର ସୁବିଧା ମଧ୍ୟ କରାଯିବ ବୋଲି କହିଥିଲେ। ହେଲେ ଆଜକୁ ଦୁଇବର୍ଷ ବିତିବାକୁ ବସିଲାଣି କୌଣଷି ସୁବିଧା କିମ୍ବା ସହାୟତାର ହାତ ମିଳିପାରୁନାହିଁ ବୋଲି ଜଣାପଡ଼ିଛି। ସ୍ଥାନିୟ ଆଦିବାସି ସଂଘ ଅସହାୟ ପରିବାରର ଉଚିତ ସହାୟତା ଯୋଗଇଦେବା ନିମନ୍ତେ ଜିଲ୍ଲା ପ୍ରସାସନ ନିକଟରେ ଦାବୀ ଜଣାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories