www.samajalive.in
Saturday, December 6, 2025
16.1 C
Bhubaneswar

ଦୁର୍ଗମ ଗାରେସ ଗାଁରେ ସ୍ୱାସ୍ଥ୍ୟ ଶିବିର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା ପକ୍ଷରୁ ଲାଞ୍ଜିଗଡ ବ୍ଲକ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରମାନ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗମ ବେଡାଗାଁ ଗ୍ରାମପଞ୍ଚାୟତର ଗାରେସ ଗାଁରେ ଅନୁଷ୍ଠିତ ଶିବିରରେ ୮୦ରୁ ଉଦ୍ଧ୍ୱର୍ ଲୋକେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିଲେ। ସେହିପରି ଲାଞ୍ଜି ଗ୍ରାମପଞ୍ଚାୟତର ଜୁବାଗାଁଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଜୁବାଗାଁ, ତୁର୍କା, ଡାହାଣିପଦର, ହାତୀଗାଁ ଆଦି ଗାଁର ୧୫୦ ଲୋକେ ଯୋଗଦେଇ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କରାଇଥିଲେ। ଦାପ୍ତା ପକ୍ଷରୁ ରାଜୁ ଶର୍ମାଙ୍କ ନେତୃତ୍ୱରେ ଡା. ନିହାରୀକା ପଣ୍ଡା, ପ୍ରିୟଦର୍ଶିନୀ ହୋତା, ଦୀପନ କୁମାର ଶର୍ମା ଏହି ଶିବିର ଆୟୋଜନ ଓ ପରିଚାଳନା କରିଥିଲେ। ଶିବିର ଆୟୋଜନରେ ବିଶ୍ୱନାଥ, ତ୍ରିନାଥ, ଯୁଧିଷ୍ଟିର ଓ କାନ୍ତ ଓ ବେଡାଗାଁ ତଥା ଲାଞ୍ଜି ପଞ୍ଚାୟତ କର୍ତ୍ତୃପକ୍ଷ ସହଯୋଗ କରିଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories