www.samajalive.in
Friday, December 5, 2025
20.1 C
Bhubaneswar

ଗଞ୍ଜାମ ଜୋନ୍‍ ଛାତ୍ର ବିଜେଡ଼ି ସଭାପତିଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ: ଗଞ୍ଜାମ ଜୋନ୍‍ ଛାତ୍ର ବିଜେଡ଼ି ସଭାପତି ଜ୍ୟୋତି ରଞ୍ଜନ ସାହୁ ଦିନିକିଆ କନ୍ଧମାଳ ଗସ୍ତହରେ ଆସି ବାଲିଗୁଡ଼ାରେ ପହଞ୍ଚିବା ପରେ ବାଲିଗୁଡ଼ା ବିଜେଡ଼ି ପକ୍ଷରୁ ତାଙ୍କ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି। ବାଲିଗୁଡ଼ା ବିଜେଡ଼ି କାର୍ଯ୍ୟାଳୟରେ ବ୍ଳକ ସଭାପତି ଟୁନା ଦାସଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଲିଗୁଡ଼ା ଏନ୍‍ଏସି ଅଧ୍ୟକ୍ଷ ଲୋକନାଥ ପାଢୀ ସାମିଲ୍‍ ହୋଇ ଯୁବନେତା ଶ୍ରୀ ସାହୁଙ୍କ ପୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ବାଲିଗୁଡ଼ା ବ୍ଳକ, ନଗର ବିଜେଡ଼ି, ଯୁବ ଓ ଛାତ୍ର ସଦସ୍ୟ ମାନେ ଉପସ୍ଥିତ ରହି ବିପୁଳ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ନୂତନ ବ୍ଳକ ଛାତ୍ର ବିଜେଡ଼ି ସଭାପତି ବ୍ରସେଲୀନ୍‍ ଦିଗାଲ, ବାଲିଗୁଡ଼ା ନଗର ଛାତ୍ର ସଭାପତି ରାଜେଶ ଦିଗାଲ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିବା ବେଳେ ଉଭୟଙ୍କୁ ମଧ୍ୟ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଆଗାମି ଦିନରେ ବିଜେଡ଼ି ଯୁବ ଛାତ୍ର ସଂଗଠନକୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିରେ କିଭଳି ଭାବେ ଆହୁରି ଅଧିକରୁ ଅଧିକ ମଜଭୁଦ କରାଯିବ ବୋଲି ବାଲିଗୁଡ଼ା ବ୍ଳକ ସଭାପତି, ତୁମୁଡ଼ିବନ୍ଧ ବ୍ଳକ ସଭାପତି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଅବନୀ କୁମାର ନାୟକ, ଜୋନ୍‍ ସଭାପତି ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଆଲୋଚନା କରିଥିଲେ। ଅନୁଷ୍ଠିତ ଏହି ବୈଠକରେ କାଉନସିଲର ବରଦା ପ୍ରସାଦ ମିଶ୍ର, ଏସ୍‍.କେ ସୋନୁ, ଏମ୍‍.ଡ଼ି ସାବେଜ୍‍, କାଳିଆ ପାତ୍ର, ଦିଲୀପ ବେହେରା, ଏମ୍‍.ଡ଼ି. ଇସାକ୍‍ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଜିଲାର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ଯୁବନେତାମାନଙ୍କ ସହିତ ଆଲେଚନା କରାଯିବା ବୋଲି ଏହି ସମ୍ବର୍ଦ୍ଧନା ସଭା ଅବସରରେ ଗଞ୍ଜାମ ଜୋନ୍‍ ଛାତ୍ର ବିଜେଡ଼ି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories