www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶାକୁ ୨ ଜାତୀୟ ମତ୍ସ୍ୟ ପୁରସ୍କାର

ଭୁବନେଶ୍ବର: ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ସଫଳତା ପାଇଁ ରାଜ୍ୟକୁ ଜାତୀୟ ସ୍ତରରେ ଦୁଇଟି ପୁରସ୍କାର ମିଳିଛି। ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ ଆୟୋଜିତ ‘ବିଶ୍ବ ମତ୍ସ୍ୟ ଦିବସ’ରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଏବଂ କଳାହାଣ୍ଡି ଜିଲାକୁ ଆଭ୍ୟନ୍ତରୀଣ ଶ୍ରେଷ୍ଠ ମତ୍ସ୍ୟ ଜିଲା ଭାବେ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ବାବଦରେ ୧୦ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲା ଭାବେ କଳାହାଣ୍ଡି ଜିଲାକୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଞ୍ଜୀବକୁମାର ବଲ୍ୟାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ଦିଆଯାଇଛି।

ଜାତୀୟ ପୁରସ୍କାର ମିଳିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ କଳାହାଣ୍ଡି ଜିଲା ପ୍ରଶାସନକୁ ପୁରସ୍କାର ଗ୍ରହଣ ନିମେନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି, ଓଡ଼ିଶା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଖାଦ୍ୟ ସୁରକ୍ଷା ଓ ଉନ୍ନତ ଜୀବନ ଜୀବିକା ପାଇଁ ଆମେ ସଙ୍କଳ୍ପବଦ୍ଧ। ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ରାଜ୍ୟର ସମସ୍ତ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ରାଜ୍ୟରେ ମତ୍ସ୍ୟ ଓ ଜଳକୃଷି କ୍ଷେତ୍ରରେ ୨୦୧୯-୨୦ ଆର୍ଥିକବର୍ଷରେ ୧୮.୯୮% ଅଭିବୃଦ୍ଧି ସହିତ ୮.୧୬ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ଏକ ଉଲ୍ଲେଖନୀୟ ସଫଳତା। ଏଥିସହିତ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ହାରାହାରି ବାର୍ଷିକ ମାଛ ଉତ୍ପାଦନ ୧୪%ରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ରପ୍ତାନି ୫୫% ବୃଦ୍ଧି ପାଇଛି। ଜାତୀୟ ନମୁନା ସର୍ବେକ୍ଷଣ କାର୍ୟ୍ୟକ୍ରମର ଏକ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଭଳି ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଗତ ଦୁଇ ଦଶନ୍ଧିରେ ଚାଷୀଙ୍କ ଆୟ ଅଂଶଧନ ୧.୫%ରୁ ୨୬%କୁ ବୃଦ୍ଧି ପାଇଛି। ପାଞ୍ଚବର୍ଷରେ ରାଜ୍ୟରେ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ୭୮% ବଢ଼ିଛି। ସଂପ୍ରତି ରାଜ୍ୟର ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ୬୬୦୦ ଟନ୍‌ ରହିଛି।

ରାଜ୍ୟ ସରକାର ଉନ୍ନତ ମାଛ ଯାଆଁଳ(ଆଙ୍ଗୁଳିଆ) ଉତ୍ପାଦନ ବୃଦ୍ଧି ନିମନ୍ତେ କାର୍ୟ୍ୟକ୍ରମ ଗ୍ରହଣ କରିଛନ୍ତି। ବର୍ଷସାରା ମାଛ ଯାଆଁଳ ଉତ୍ପାଦନ ନିମନ୍ତେ କୌଶଲ୍ୟାଗଙ୍ଗ, ସରମଙ୍ଗା, ଚିପିଲିମା ଓ ଭଞ୍ଜନଗରରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ନୂତନ ପୋଖରୀ ଖନନ ନିମନ୍ତେ ରିଆତି, ଜଳଭଣ୍ଡାରରେ ପଞ୍ଜୁରି ଭିତରେ ମାଛଚାଷ ଆଦି କାର୍ୟ୍ୟକ୍ରମ ଭବିଷ୍ୟତରେ ମାଛ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଏହା ନୂତନ ନିଯୁକ୍ତି ସୃଷ୍ଟି ଓ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବ। ରାଜ୍ୟର ୮ଟି ବୃହତ ଓ ମଧ୍ୟମ ଜଳଭଣ୍ଡାରରେ ୧% ଜଳଭାଗରେ ବ୍ୟବସାୟିକ ଭିତ୍ତିରେ ପଞ୍ଜୁରି ଭିତରେ ମାଛଚାଷକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାଦ୍ବାରା ବାର୍ଷିକ ୧.୨୫ ଲକ୍ଷ ମେଟ୍ରିକ ଟନ ଅଧିକ ମାଛ ଉତ୍ପାଦନ ହୋଇପାରିବ। ସେହିପରି ପ୍ରଥମ ଥର ପାଇଁ ଗଭୀର ସମୁଦ୍ରରେ ମାଛ ଧରା ପୋତ ମାଧ୍ୟମରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ମତ୍ସ୍ୟ ଉତ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆଦିଲ୍ଳୀରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ଆର.ରଘୁପ୍ରସାଦ ଓ ବିଭାଗର ଉପ ମତ୍ସ୍ୟ ନିର୍ଦେଶକ ଶଶିକାନ୍ତ ଆଚାର୍ୟ୍ୟ ପୁରସ୍କାର ଗ୍ରହଣ କରିଥିଲେ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories