www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ, ସ୍ବଳ୍ପ ବର୍ଷା ସହ କୁହୁଡ଼ି ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଓଡ଼ିଶା ଉପରେ ଏହାର ପ୍ରଭାବ କିଛି ମାତ୍ରାରେ ପଡ଼ିବାର ସମ୍ଭାବନା ରହିଛି। ଆସନ୍ତା ତିନିଦିନ ରାଜ୍ୟର କେତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ବର୍ଷା ସହ କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଅନୁଭୂତ ହୋଇପାରେ। ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୪୮ଘଣ୍ଟାରେ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମରେ ଶ୍ରୀଲଙ୍କାର ଦକ୍ଷିଣକୁ ତାମିଲନାଡ଼ୁ ଉପକୂଳ ଦେଇ ୨୫ ତାରିଖ ସୁଦ୍ଧା ତାମିଲନାଡ଼ୁ-ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ବଲାଙ୍ଗୀର, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ପୁରୀ ଓ କେନ୍ଦୁଝର ଆଦି ୧୨ଟି ଜିଲାରେ ଘନ କୁହୁଡ଼ି ଅନୁଭୂତ ହୋଇପାରେ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୩ ତାରିଖରେ ମଧ୍ୟ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, କଟକ ଓ ଯାଜପୁର ଆଦି ୯ଟି ଜିଲାରେ ଘନକୁହୁଡ଼ି ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବି‌େ‌ଶଷ ପରିବର୍ତ୍ତନର ସମ୍ଭାବନା ନ ଥିବାବେଳେ ପରବର୍ତ୍ତୀ ତିନିଦିନ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ଡ଼ିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ହ୍ରାସ ପାଇବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories