www.samajalive.in
Sunday, December 7, 2025
14.1 C
Bhubaneswar

ଓଡିଶା ସରକାର ୧୪୦୦୦ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ:ଏବିଭିପି

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ନୂତନ ଶିକ୍ଷାନୀତିକୁ ନେଇ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ, ଓଡିଶା ସରକାର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଷଡ଼ଯନ୍ତ୍ର କରିଛନ୍ତି। ରାଜ୍ୟରେ ୧୪୦୦୦ ବିଦ୍ୟାଳୟ ବନ୍ଦ ହେବା ପ୍ରସଙ୍ଗରେ ମାନ୍ୟବର ବାଚସ୍ପତି ଆଜି ବିଧାନସଭା ଗୃହରେ ରୁଲିଂ ଦେଇଛନ୍ତି। ତେବେ ଏହି ସବୁ ବିଦ୍ୟାଳୟ ବନ୍ଦ ହେଇଗଲେ ରାଜ୍ୟରେ ବହୁ ଗରିବ ଶ୍ରେଣୀର ପିଲା ପାଠପଢାରୁ ବଞ୍ଚିତ ହେବେ। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ସଲାସୁତରା ରେ ରାଜ୍ୟ ଘରୋଇ ବିଦ୍ୟାଳୟ ଲାଭବାନ ହେବେ। ଆଜି ଶିକ୍ଷାମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ‘ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଆମେ ବିଦ୍ୟାଳୟ ଗୁଡିକୁ ବନ୍ଦ କରୁଛୁ।’ ଯେତେବେଳେ ବିଦ୍ୟାଳୟ ଘର ନାହିଁ, ଶିକ୍ଷକ ରାଜ ରାସ୍ତାରେ ସେତେବେଳେ ସରକାର କେଉଁ ଗୁଣାତ୍ମକ ଶିକ୍ଷା କଥା ଆଶା ରଖିଛନ୍ତି, ବୋଲି ବିଦ୍ୟାର୍ଥୀ ପରିଷଦ ସରକାରଙ୍କୁ ପ୍ରଶ୍ନ କରିଛି। ପାହାଡ଼ ଜଙ୍ଗଲ ଅଞ୍ଚଳ ରେ ବସବାସ କରୁଥିବା ଏକ ଛାତ୍ର କିଭଳି ଖରା ବର୍ଷା ସମୟରେ ପାଠପଢିବାକୁ ଏତେ ଦୂର ଯିବ ? ସାରା ରାଜ୍ୟକୁ ସରକାର ଭୁବନେଶ୍ୱର ନ ଭାବନ୍ତୁ ବୋଲି ଏବିଭିପି ତରଫରୁ ସରକାରଙ୍କୁ କୁହାଯାଇଛି।
ଯଦି ସରକାର ଏହି ଛାତ୍ର ଅହିତ ନିଷ୍ପତ୍ତିରୁ ନ ଓହରିବେ ଆଗାମୀ ଦିନରେ ରାଜ୍ୟ ସରକାର ଏକ ବିଶାଳ ଛାତ୍ର ଆନ୍ଦୋଳନ ର ସମ୍ମୁଖୀନ ହେବେ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories