www.samajalive.in
Tuesday, December 9, 2025
23.1 C
Bhubaneswar

୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କଲେ ହାଇଦ୍ରାବାଦର ଅଗସ୍ତ୍ୟ

ହାଇଦ୍ରାବାଦର ଚଉଦ ବର୍ଷ ବୟସ୍କା ଅଗସ୍ତ୍ୟ ଜୈସୱାଲ ଭାରତର ପ୍ରଥମ ଛାତ୍ର ଭାବେ ମାତ୍ର ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଗସ୍ତ୍ୟ ଜୈସୱାଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ  ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଅଗସ୍ତ୍ୟ ଜୈସୱାଲ ମଧ୍ୟ ଜଣେ ଜାତୀୟ ସ୍ତରର ଟେବୁଲ୍ ଟେନିସ୍ ଖେଳାଳି । କେବଳ ଏତିକି ନୁହେଁ, ଅଗସ୍ତ୍ୟ ମଧ୍ୟ ଦୁଇ ହାତରେ ଲେଖା କଳାରେ ବେଶ ଧୁରନ୍ଧର। ଅଗସ୍ତ୍ୟଙ୍କ ଏଭଳି ପ୍ରତିଭା ଦେଖି ପିତାମାତା ତାଙ୍କ ପାଇଁ ବେଶ ଗର୍ବିତ ବୋଲି କହିଛନ୍ତି।

ଅଗସ୍ତ୍ୟ ଜୈସୱାଲ ଜଣେ ବହୁ ପ୍ରତିଭାବାନ ପିଲା । ପାଠ ପଢା ସହ ଅନ୍ୟକଳାରେ ମଧ୍ୟ ସେ ଧୁରନ୍ଧର। ସେ ଜଣେ ଗାୟକ ଏବଂ ପିଆନୋ ବାଦକ ମଧ୍ୟ। ଏହା ବ୍ୟତୀତ ସେ ଜଣେ ଆନ୍ତର୍ଜାତୀୟ ମୋଟିଭେସନାଲ୍‌ ବକ୍ତା ଭାବେ ମଧ୍ୟ ପରିଚିତ। ଅଗସ୍ତ୍ୟ ଜୈସୱାଲଙ୍କ ପିତାମାତାଙ୍କ କହିବା କଥା “ପ୍ରତ୍ୟେକ ପିଲାର କିଛି ବିଶେଷ ଗୁଣ ଅଛି, ଯଦି ସମସ୍ତଙ୍କ ପିତାମାତା ତାଙ୍କ ପିଲା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ତେବେ ସେମାନଙ୍କ ପିଲା ମଧ୍ୟ କୌଣସି ନା କୌଣସି କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିବେ ।

- Advertisement -

ଏହାପୂର୍ବରୁ ଅଗସ୍ତ୍ୟ ଜୈସୱାଲ ତେଲେଙ୍ଗାନାର ପ୍ରଥମ ଛାତ୍ର ଯିଏକି ୯ ବର୍ଷ ବୟସରେ ୭.୫ ଜିପିଏ ସହ ଦଶମ ପାସ୍ କରିଥିଲେ। ୧୧ ବର୍ଷ ବୟସରେ ଅଗସ୍ତ୍ୟ ଜୈସୱାଲ ମଧ୍ୟ ପ୍ରଥମ ଛାତ୍ର ଯିଏକି ୬୩% ରଖି ଯୁକ୍ତ ଦୁଇ ପାସ୍‌ କରିବା ସହ ତେଲେଙ୍ଗାନାରେ ରେକର୍ଡ କରିଥିଲେ। ଅଗସ୍ତ୍ୟ ହାଇଦ୍ରାବାଦର ସେଣ୍ଟ ମେରି କଲେଜ ୟୁସୁଫଗୁଡାର ଛାତ୍ର।

ଅଗସ୍ତ୍ୟ କହିଛନ୍ତି ଯେ ସେ ଏମବିବିଏସ୍ କରି ଡାକ୍ତର ହେବାକୁ ଚାହୁଁଛନ୍ତି। ତାଙ୍କ ମା ଭାଗୀଲକ୍ଷ୍ମୀ କୁହନ୍ତି ଯେ ଆମେ ତାଙ୍କୁ ସବୁବେଳେ ତାକୁ କହୁ ଯାହା ପଢୁଛୁ ସେହି ବିଷୟକୁ ସମ୍ପୁର୍ଣ୍ଣ ବୁଝିବା ସହ ନିଜ ଭାଷାରେ ତାହାକୁ ରୁପାନ୍ତରିତ କରିବା ପାଇଁ କହୁ, ଯାହା ଦ୍ବାରା ବିଷୟକୁ ବୁଝିବାରେ କୌଣସି ଅସୁବିଧା ହେବ ନାହିଁ। ଅଗସ୍ତ୍ୟ ଆମକୁ ସବୁବେଳେ ପ୍ରଶ୍ନ ପଚାରନ୍ତି ଏବଂ ଆମେ ସେମାନଙ୍କୁ ପ୍ରାକ୍ଟିକାଲ୍ ଉତ୍ତର ଦେଉ । ଆମେ ତାକୁ ହସ୍ତଲିଖନ ଏବଂ ସ୍ମୃତି ଅଭ୍ୟାସରେ ମଧ୍ୟ ତାଲିମ ଦେଇଥିଲୁ, ତାହା ମଧ୍ୟ ଏକ ଖୋଲା ପରିବେଶରେ । ଭାଷା ଏବଂ ମୌଳିକ ଗଣିତ ଯାହାକୁ ଆମେ ଏକ ପଦ୍ଧତିଗତ ଉପାୟରେ ଅଗସ୍ତ୍ୟକୁ ତାଲିମ ଦେଇଛୁ ବୋଲି ତାଙ୍କ ମା କହିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories