www.samajalive.in
Sunday, December 14, 2025
17.1 C
Bhubaneswar

‘ଶିକ୍ଷା ଓ ନୂତନ ଚିନ୍ତାଧାରା ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ’

ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍‍ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ୟୁନୁସ୍‍ କହିଥିଲେ ଯେ ତୁମ୍ଭେମାନେ ଜୀବନର ଏକ ନୂତନ ପର୍ୟ୍ୟାୟକୁ ପ୍ରବେଶ କରୁଛ। ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। କିନ୍ତୁ ଏହା ବିଶ୍ୱରେ ପରିବର୍ତ୍ତନ ଆଣିବାରେ ସକ୍ଷମ କରାଇଥାଏ। କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ଜୀବିକା ହରାଇଛନ୍ତି। ବିଶ୍ୱର ୫୦% ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି। ବିଶ୍ୱର ପୁନଃନିର୍ମାଣ ପାଇଁ ମହାମାରୀ ହେଉଛି ଏକ ସୁଯୋଗ। ଏପରି ଏକ ବିଶ୍ୱ ନିର୍ମାଣ କରିବା ଉଚିତ ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରହିଥିବ। ବର୍ତ୍ତମାନ ଆମର ବ୍ୟବସ୍ଥା ଏପରି ହୋଇଛି ଯେ ବିଶ୍ୱର ମାତ୍ର ୧% ଲୋକଙ୍କ ହାତରେ ୯୯% ସମ୍ପତ୍ତି ଠୁଳ ହୋଇ ରହିଛି। ବିଶ୍ୱ ତାପମାନ ଆମର ଅସ୍ଥିତ୍ତ୍ୱ ନେଇ ବିପଦ ସୃଷ୍ଟି କରିଛି। ଶିକ୍ଷା ଓ ଚିନ୍ତାଶକ୍ତି ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ ବୋଲି ପ୍ରଫେସର ୟୁନୁସ୍‍ ପ୍ରକାଶ କରିଥିଲେ।

- Advertisement -

 

 

ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଥିଲେ ଯେ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ ବ୍ୟକ୍ତିତ୍ୱ ଗଠନ ଯାହାକି, ନୂତନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଉଦାର ମନୋଭାବ ଏବଂ ନମ୍ରତାର ସହ ଜ୍ଞାନ ଆହରଣ ଜାରି ରଖିବାରେ ସାହାଯ୍ୟ କରିଥାଏ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆତ୍ମମନୋବଳ, ଦୃଢ଼ତା, ଧୈର୍ୟ୍ୟ, ସୃଜନଶୀଳ ଉପରେ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ଶ୍ରୀ ରବି ଶଙ୍କର, ଇରକନ୍‍ ଇଣ୍ଟରନ୍ୟାସନାଲ୍‍ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏସ୍‍.କେ.ଚୌଧୁରୀ ଏବଂ ଭାରତର ପାଣିପାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସମ୍ମାନସୂଚକ ଡକ୍ଟୋରେଟ ଗ୍ରହଣ କରି ଡ. ମହାପାତ୍ର କହିଥିଲେ ସମାଜ ପାଇଁ ବିଜ୍ଞାନର ଅବଦାନକୁ ଏହା ହେଉଛି ଏକ ସ୍ୱୀକୃତି। ଏହି ସମ୍ମାନ ପାଣିପାଗ ବିଜ୍ଞାନ ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବ ବୋଲି ସେ କହିଥିଲେ। ସେହିପରି ଶ୍ରୀ ଚୌଧୁରୀ କହିଥିଲେ ଗତ ଦୁଇ ଦଶନ୍ଧି ଧରି ଶିକ୍ଷା କ୍ଷେତ୍ରରେ କିଟ୍‍ ଏବଂ କିସ୍‌ର ଅତୁଳନୀୟ ଅବଦାନ ରହିଆସିଛି। ଏଥିପାଇଁ ସେ କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।


କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡ.ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା। ବିଟେକ୍‍ ଛାତ୍ର ପ୍ରଖର ପ୍ରିୟେସ୍‍, ରୋଶନ ଓଝା ଏବଂ ଏମଟେକ୍‍ ଛାତ୍ର ଶ୍ରୀଷ୍ଠି ରାଜ୍ ଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବାବେଳେ ୨୩ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟପଦକ, ପି.କେ.ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ୯୫ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡ଼ି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories