www.samajalive.in
Sunday, December 7, 2025
26.1 C
Bhubaneswar

ନାଟ୍ୟ ନିର୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ପରଲୋକ 

ସମ୍ବଲପୁର: ବରିଷ୍ଠ ନାଟ୍ୟବିତ୍‌ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ୮୧ ବର୍ଷ ବୟସରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ସମ୍ବଲପୁରର ଏକ ଘରୋଇ କୋଭିଡ ହସପିଟାଲରେ ପରଲୋକ ହୋଇଯାଇଛି। ଆଜି ମଧ୍ୟାହ୍ନରେ କମଲିବଜାର ରାଜଘାଟରେ କୋଭିଡ ନିୟମାନୁଯାୟୀ ଶେଷକୃତ୍ୟ କରାଯାଇଥିଲା। ଦୁଇପୁଅ ସଂଜିବ ଓ ସମ୍ବିତ, ବଡ଼ ଜ୍ୱାଇଁ ଇଂ. ଶ୍ରୀକାନ୍ତ ପାଣିଗ୍ରାହୀ ତଥା ପରିଜନମାନେ ଉପସ୍ଥିତ ଥିଲେ। ସମସ୍ତଙ୍କଠାରେ ରାଜୁଦା ଭାବରେ ପରିଚିତ ରାଜେନ୍ଦ୍ର ପଣ୍ଡାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟର ବହୁ ନାଟ୍ୟବିତ୍‌ ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ପଣ୍ଡା ତାଙ୍କ ଏକାଅଶୀ ବର୍ଷ ଜୀବନ ଭିତରେ ପ୍ରାୟ ସତୁରୀ ବର୍ଷ ଥିଏଟର୍ ସହ ସଂଶ୍ଳିଷ୍ଟ ଥିଲେ। ତାଙ୍କୁ ଜଣେ ମଞ୍ଚ ମଣିଷ କହିଲେ ଅତ୍ୟୁକ୍ତି ହେବନାହିଁ। ସମ୍ବଲପୁରର ନାଟ୍ୟଜଗତକୁ ସମୃଦ୍ଧ କରିବାପାଇଁ ତାଙ୍କ ଅନବରତ ଉଦ୍ୟମର ପ୍ରତିଫଳନ ଆଜି ଦେଖିବାକୁ ମିଳୁଛି। ସମ୍ବଲପୁର ସହର ଉପକଣ୍ଠସ୍ଥ ଗୁଲୁଣ୍ଡା ଗ୍ରାମରେ ଜନ୍ମିତ ସ୍ୱର୍ଗତ ପଣ୍ଡା ସ୍କୁଲ ଜୀବନରୁ ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ। ବରପାଲି ହାଇସ୍କୁଲରୁ ନିଜ ନାଟ୍ୟଜୀବନ ଆରମ୍ଭ କରିଥିବା ରାଜୁଦା ସେସମୟରେ ‘କଣାପୈସୀ ,,,,ଜାନ୍ ଯାଏସି’ ନାମରେ ଏକ ସମ୍ବଲପୁରୀ ନାଟକରେ ଅଂଶଗ୍ରହଣ କରିଥିଲେ। ପରେ ଗଙ୍ଗାଧର ମେହେର କଲେଜ ଏବଂ କଟକ ମଧୁସୂଦନ ଆଇନ କଲେଜରେ ଛାତ୍ର ଥିବାବେଳେ ତାଙ୍କ ଅଭିନୟ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ମୁଁ ସଇତାନ କହୁଛି, ଆଗାମୀ, ପ୍ରତାପ ଗଡ଼ରେ ଦୁଇଦିନ, ଭିକ୍ଷୁଣୀ ଆଦି ତାଙ୍କ ଅଭିନୀତ ସଫଳ ନାଟକ ହୋଇଥିବାବେଳେ ଉଖୀ, ଭୁଖା ସମେତ ବହୁ ସମ୍ବଲପୁରୀ ନାଟକର ସେ ନିର୍ଦେଶନା ଦେଇଥିଲେ। ୧୯୮୧ ମସିହାରେ ରାଉରକେଲାରେ ତାଙ୍କ ନିର୍ଦେଶନାରେ ସମ୍ବଲପୁରୀ ନାଟକ ‘ଉଖୀ’ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ କରି ମଞ୍ଚସ୍ଥ ଓ ପୁରସ୍କୃତ ହୋଇଥିଲା। ସ୍ୱର୍ଗତ ପଣ୍ଡା ଉଲଗୁଲାନ, କଥାନି, ମେଦା ପ୍ରଭୃତି ବେତାର ନାଟକର ମଧ୍ୟ ନିର୍ଦେଶନା ଦେଇଥିଲେ। ଓଡ଼ିଆ ଚଳଚିତ୍ର ଅସ୍ତରାଗ ଓ ପତି ପରମେଶ୍ୱରରେ ସେ ଅଭିନୟ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ବହୁ ଅନୁଷ୍ଠାନ ଦ୍ୱାରା ସ୍ୱର୍ଗତ ପଣ୍ଡା ସମ୍ମାନିତ ହୋଇଥିଲେ। ପେଶାରେ ଓକିଲ ସ୍ବର୍ଗତ ପଣ୍ଡା ସମ୍ବଲପୁର ଓକିଲ ସଂଘର ଜଣେ ବରିଷ୍ଠ ସଦସ୍ୟ ଥିଲେ। ଗଙ୍ଗାଧର ମେହେର କଲେଜରେ ଛାତ୍ର ଥିବାବେଳେ ସେ ‘ମିଷ୍ଟର ଜିଏମ୍‌’ ଟାଇଟେଲ ମଧ୍ୟ ହାସଲ କରିଥିଲେ। ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନ ଯଥା- ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ନାଟ୍ୟକଳା ପରିଷଦ, କ-ଖ-ଗ, ଅନ୍ୟା, ସେତୁ ଆଦି ସମସ୍ତ ମହଲରେ ରାଜୁଦାଙ୍କ ବିୟୋଗରେ ଶୋକପ୍ରକାଶ ପାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories