www.samajalive.in
Sunday, December 14, 2025
26.1 C
Bhubaneswar

ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ବାଙ୍କୀ: ବାଙ୍କୀ ଏନ.ଏ.ସିରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧କୁ ସଫଳ କରି ମାନ ନିର୍ଦ୍ଧାରଣ ବଢାଇବା ପାଇଁ ବିଭିନ୍ନ ପ୍ରକ୍ରିୟା ଓ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସଫେଇ କର୍ମଚାରୀ ମାନଙ୍କର କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି ପାଇଁ ଏକଦିବସୀୟ ପ୍ରଶିକ୍ଷଣ ମାଧ୍ୟମରେ କର୍ମଚାରୀଙ୍କର ଭୂମିକା ଓ ଗୁରୁ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। କୋଭିଡ୍‍ ନିୟମ ଅନୁପାଳନ କରି ଗୁରୁବାର ଦିନ ସ୍ଥାନୀୟ ଏନ.ଏ.ସି ବାତ୍ୟା ଆଶ୍ରୟସ୍ଥଳି ପରିସରରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ନିର୍ବହୀ ଅଧିକାରୀ ବିନୟରଞ୍ଜନ ମହାପାତ୍ର ଉଦ୍ଦ୍‍ଘାଟନ କରିଥିଲେ। ସାନିଟେସନ ଏକ୍ସପର୍ଟ ଶୁଭ୍ରଜିତ୍‍ ସାମଲଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରକୁ ବିଜୟ କୁମାର ରାଜ,ସାନ୍ତନୁ କୁମାର ବେହେରା,କୁବେର ମହାନ୍ତି,ସି.ଏମ.ଏମ ଅଭିଜିତ୍‍ ଖୁଣ୍ଟିଆ, ରୁଦ୍ର ପତି, ସ୍ୱଚ୍ଛ ସୁପରଭାଇଜର ମନ୍ଦାକିନୀ ପଣ୍ଡା, ପ୍ରମିଳା ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ। ପ୍ରଶିକ୍ଷଣ ଗୌରାଙ୍ଗ ବେହେରା ସଫେଇ କର୍ମଚାରୀ ଓ ସ୍ୱଚ୍ଛସାଥି ମାନଙ୍କୁ ନିଜର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସ୍ୱଚ୍ଛ ସାଥୀ ସ୍ୱର୍ଣ୍ଣଲତା ଧଳ, ସରସ୍ୱତୀ ଦାସ, ଉର୍ମିଳା ପୃଷ୍ଟି, ଅମିତା ମହାପାତ୍ର, ଝିଲିଲତା ପୃଷ୍ଟି, ଦିପ୍ତିମୟୀ ସାହୁ, କଳ୍ପଲତା ନାୟକ ପ୍ରମୁଖଙ୍କ ସହିତ ସଫେଇ କର୍ମଚାରୀ ମାନେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥିଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories