www.samajalive.in
Monday, December 15, 2025
17.1 C
Bhubaneswar

ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନରେ ଗୋମାଂସ ପ୍ରତିବନ୍ଧକ ସପକ୍ଷରେ ଛାତ୍ରଗୋଷ୍ଠୀ

ବିଶ୍ୱର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅକ୍ସଫୋର୍ଡ ୟୁନିଭରସିଟିର ଛାତ୍ରମାନେ କ୍ୟାଣ୍ଟିନ ଏବଂ କ୍ୟାମ୍ପସ ଭିତରେ ଥିବା ଅନ୍ୟ ଖାଦ୍ୟ ଷ୍ଟଲରେ ଗୋମାଂସ ପରିବେଷଣକୁ ବିରୋଧ କରିଛନ୍ତି ଛାତ୍ରଗୋଷ୍ଠୀ । ଛାତ୍ର ସଙ୍ଗଠନର ଦୁଇ ତୃତୀୟାଂଶ ଛାତ୍ରଗୋଷ୍ଠୀ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଭୋଟ ଦେଇଛନ୍ତି ।

ଅବଶ୍ୟ ଛାତ୍ରମାନଙ୍କ ବିରୋଧ ବା ଗୋମାଂସ ଭକ୍ଷଣକୁ ବିରୋଧ କରାଗଲେ ତାହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରି ପାରିବେ ନାହିଁ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ପ୍ରଶାସନ ନିକଟରେ ଦାବି କରିବାକୁ ପଡ଼ିବ ଓ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ପ୍ରସ୍ତାବ ଗୃହୀତ ହେବାର ଆବଶ୍ୟକତା ରହିଛି ।

- Advertisement -

ଇଂରାଜୀ ସମ୍ବାଦପତ୍ର ଡେଲି ମେଲ୍ ଖବର ଅନୁଯାୟୀ  ବର୍ତ୍ତମାନ ଏହି ପ୍ରସ୍ତାବ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ପଠାଯାଇଛି ଯେଉଁଥିରେ ପରିଚାଳନା ନିଷ୍ପତ୍ତି ନେବାକୁ ପଡିବ। ବିଶେଷ କଥା ହେଉଛି ଜଳବାୟୁ ପରିବର୍ତ୍ତନ ଅଭିଯାନରେ ଛାତ୍ରମାନେ ଏହି ପ୍ରସ୍ତାବ ଆଣିଛନ୍ତି। କ୍ୟାମ୍ପସରେ ଗୋମାଂସ ଏବଂ ମେଣ୍ଢାମାଂସ ଉପରେ ନିଷେଧାଦେଶ ନିମନ୍ତେ ଦାବି କରିବାର ଉଦ୍ଦେଶ୍ୟ ହେଉଛି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା।

ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସମ୍ବାଦପତ୍ର ଅନୁଯାୟୀ, ଛାତ୍ରଛାତ୍ରୀମାନେ ଏହି ଅଭିଯାନ ସେତେବେଳେଆରମ୍ଭ କରିଥିଲେ ଯେଉଁ ସମୟରେ ବିଶ୍ୱବିଦ୍ୟାଳୟ ସ୍ୱୀକାର କରିଥିଲା ​​ଯେ ଏହା ୨୦୨୧ ପାଇଁ ନିର୍ମିତ କାର୍ବନ ନିର୍ଗମନ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି। ଏହା ପରେ ଛାତ୍ରମାନେ ଗୋମାଂସ ଏବଂ ମେଣ୍ଢା ମାଂସ ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନରେ ଦିଆଯିବାକୁ ବିରୋଧ କରିଥିଲେ ।  ଗୋମାଂସ ଏବଂ ମେଣ୍ଢାମାଂସ  ନିଷିଦ୍ଧ କରି ୨୦୩୦ ର ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହୋଇପାରେ ବୋଲି ଛାତ୍ରଗୋଷ୍ଠୀ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories