ମୋହନା: ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ନିକଟ କପୁରିପଟ୍ଟା ଛକଠାରେ ରା, ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନଂ ଓଡ଼ିଠ୨ପି ଠଠ୫୦ ସହ ଚାନ୍ଦିପୁଟରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ଦୁଇ ଆରୋହୀ ହେଲେ ଚାନ୍ଦିପୁଟ ଗ୍ରାମ ଖ୍ରୀଷ୍ଟିଆନ ସାହିର ଇସାକ ବିଷୋୟୀ(୧୯) ଓ ରା.ଉଦୟଗିରି ଥାନା ଅନ୍ତର୍ଗତ ଖମ୍ବାରି ସାହିର ଶକ୍ତି ଜେନା। ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଶକ୍ତି ଜେନାଙ୍କର ମୃତ୍ୟୁ ଘଟିଥିବାବେଳେ ଆରୋହୀ ଇସାକ ବିଷୋୟୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Popular Categories



