www.samajalive.in
Sunday, December 7, 2025
26.1 C
Bhubaneswar

କୋଇଲା ପରିବହନକୁ ନେଇ ଅନିଶ୍ଚିତତା, ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ

ରେଙ୍ଗାଲି: ରେଙ୍ଗାଲି ତହସିଲ କାର୍ଯ୍ୟାଳୟର ସଭାଗୃହରେ ତହସିଲଦାରଙ୍କ ସଭାପତିତ୍ବରେ ଏନ୍ଏଲସି କୋଇଲା ଖଣି ପରିବହନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବେ କୋଇଲା ପରିବହନ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଏହାର ସମାଧାନ ପାଇଁ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
ବୈଠକରେ ବିଧାୟକ ନାଉରୀ ନାଏକ, ଖିଣ୍ଡା ସରପଞ୍ଚ ନୀଳାବତୀ ଓରାମ, ଜିଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା, ସାଂସଦ ପ୍ରତିନିିଧ ଯୁଗଳ କିଶୋର ଅଗ୍ରୱାଲ, କର୍ମଜୀବି ସଙ୍ଗଠନର ଆବାହକ ହେମନ୍ତ କୁମାର ପାଣ୍ତେ, ଆଇଆଇସି ପ୍ରକାଶ କୁମାର କର୍ଣ୍ଣ, ଏଲ୍‌ସି ସିଡିଏମ୍ ସୁରେଶ ସୁମନ ଏବଂ ଅଦାନି କମ୍ପାନୀର ଉପ ସଭାପତି ପ୍ରଶନ୍ନ କୁମାର ପଣ୍ତା ଉପସ୍ଥିତ ଥିଲେ। ସମସ୍ତଙ୍କ ସହମତିରେ ତଲାବିରା ୨ ଓ ୩ କୋଇଲାଖଣିରେ କାର୍ଯ୍ୟରତ ସମସ୍ତ ୧୩୭ ଜଣ ଜମିହରାମାନଙ୍କୁ ଆଗାମୀ ୨୧ ଦିନ ମଧରେ ଅଦାନୀ କମ୍ପାନୀ ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଦାନୀ କମ୍ପାନୀ ଆଗରୁ ୨୮ ଜଣ ଜମିହରାମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ସାରିଛି। କୋଇଲା ପରିବହନ ପାଇଁ ଆବଶ୍ୟକ କରୁଥିବା ୱେବ ବ୍ରିଜ ଅପରେଟର କିମ୍ବା ଅନୁସାଙ୍ଗିକ ପଦବୀ ଗୁଡିକ ଜମିହରା ମାନଙ୍କୁ ଯୋଗ୍ୟତା ଭିତ୍ତିରେ ତୁରନ୍ତ ନିଯୁକ୍ତି ଦେବା ପାଇଁ କମ୍ପାନୀ ଅଧିକାରୀ ରାଜି ହୋଇଥିଲେ। ତଲାବିରା ୨ ଓ ୩ କୋଇଲଖଣିରେ ଆଗାମୀ ଦିନରେ ଆବଶ୍ୟକ ଥିବା ପଦବୀ/ଚାକିରି ଗୁଡିକ ଯୋଗ୍ୟତା ଭିତ୍ତିରେ ଜମିହରାମାନଙ୍କୁ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ କମ୍ପାନୀରେ ଖାଲି ହେବାକୁ ଥିବା ପଦବୀ ଗୂଡିକ ଅତି କମ୍‌ରେ ଏକ ମାସ ପୂର୍ବରୁ ଗ୍ରାମ ପଞ୍ଚାୟତ ଅଫିସ ଖିଣ୍ତା ଓ ତହସିଲ କାର୍ୟ୍ୟାଳୟ ରେଙ୍ଗାଲି ଙ୍କୁ ଲିଖିତ ଭାବରେ ଅବଗତ କରାଇବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନିଯୁକ୍ତିରେ ପ୍ରକ୍ରିୟାରେ ପାରଦର୍ଶିତା ପାଇଁ ପୁଣି ପିଡିଏଫ୍ ଓ ଜମିହରାମାନଙ୍କୁ ନୂତନ ଭାବରେ ତାଳିକା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଯେଉଁ ସଂସ୍ଥା କିମ୍ବା କମ୍ପାନୀ ତଲବିରା ୨ ଓ ୩ କୋଇଲାଖଣିରୁ କୋଇଲା ପରିବହନ କରିବ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବାଧ୍ୟ । କର୍ମଜୀବୀ ଏକତା ସଂଗଠନ ତରଫରୁ ଦୀର୍ଘ ଦିନରୁ ଚାଲିଥିବା ଧାରଣାକୁ ସାମୟିକ ଭାବରେ ସ୍ଥଗିତ କରାଯିବା ପାଇଁ ତହସିଲଦାର ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ସମ୍ମାନ ଜଣାଇ ରେଙ୍ଗାଲି ବିଧାୟକ ଏବଂ ଖିଣ୍ତା ସରପଞ୍ଚଙ୍କ ଉପସ୍ଥିତିରେ ଜଟିଆପିପଲ ଠାରେ ଚାଲୁଥିବା ରିଲେ ଅନଶନକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories