www.samajalive.in
Monday, December 15, 2025
17.1 C
Bhubaneswar

ଗଙ୍ଗେଇଡୁବୁରୀ କଳାପଥର ପାହାଡରେ ତଦନ୍ତ ଅଧିକାରୀ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବେର ମୌଜାରେ ଥିବା କଳାପଥର ଖାଦାନରେ ବେଆଇନ ଖନନ ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ଜିଲା ପ୍ରଶାସନର ଏକ ତିନି ଜଣିଆ ତଦନ୍ତକାରୀ ଦଳ ତଦନ୍ତ କରିଥିବା ଦେଖାଯାଇଛି। ଏହି ପାହାଡରେ ଖଣି ଖନନ ହେବା ଦ୍ୱାର ପାରିପାର୍ଶ୍ବିକ ଅବସ୍ଥା ଖରାପ ହେବା, ପରିବେଶ ପ୍ରଦୂର୍ଷିତ ହେଉଥିବା ଏଥି ସହିତ ସ୍ଥାନୀୟ ଅଞ୍ଚଳରେ କୋଠାବାଡ଼ି ନଷ୍ଟ ହେଉଥିବା ଅଭିଯୋଗ ଆଣି ଚଢେଇଧରା ଗ୍ରାମର ଦୀଲିପ କୁମାର ବିଶ୍ୱାଳ, ପି-ନିତ୍ୟାନନ୍ଦ ବିଶ୍ୱାଳ ଏକ ମକଦ୍ଦମା କରିଥିଲେ। ଉଚ୍ଚନ୍ୟାୟାଳୟକୁ ତଦନ୍ତ ରିପୋର୍ଟ ଦେବାକୁ ପ୍ରସାଶନର ଏକ ଯୁଗ୍ମ ତଦନ୍ତକାରୀ ଦଳ ତଦନ୍ତ କରିବାକୁ ଆସିଥିବା ଶୁଣାଯାଉଥିବାବେଳେ ଖୋଦ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଏନେଇ କିଛି କହିବାକୁ ସଫା ମନା କରିଦେଇଥିଲେ। ଗଣମାଧ୍ୟମର ପ୍ରତିନିଧିମାନଙ୍କର କୌଣସି ପ୍ରଶ୍ନର ଉତ୍ତର ନଦେଇ ଆପଣମାନେ ଜିଲାପାଳଙ୍କ ନିକଟରୁ ଆଣିପାରିବେ ବୋଲି କହି ଚାଲିଯାଇଥିଲେ। ଏପରିକି ତଦନ୍ତ ପାଇଁ ଆସିଥିବା ପଦାଧିକାରୀମାନଙ୍କ ପରିଚୟ ପ୍ରଦାନ କରିବାର ସୁଯୋଗ ମଧ୍ୟ ଦେଇନଥିଲେ। ଉଚ୍ଚ ନ୍ୟାୟାଳୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଆଜି ବୁଧବାର ଦିନ ୧୧ଘଟିକା ସମୟରେ ତିନି ଅଧିକାରୀଙ୍କ ସମେତ ସ୍ଥାନୀୟ ରାଜସ୍ୱ ନିରିକ୍ଷକ ଏହି ପାହାଡ଼ ପାଖରେ ପହଞ୍ଚି ହୋଇଥିବା ଅଭିଯୋଗର ତଦନ୍ତ କରିଛନ୍ତି। ଏହି ପାହାଡରେ ଲିଜ୍ ହୋଇଥିବା ୫ଟି କ୍ୱାରୀର ତଦନ୍ତ କରିବା ସହିତ ଖଣି ଖନନ ହେଉଥିବା ସ୍ଥାନଠାରୁ ଜନବସତିର ଅବସ୍ଥିତି ସର୍ମ୍ପକରେ ପଚାରି ବୁଝିଥିଲେ। ଛକଠାରୁ ବ୍ଲାଷ୍ଟିଂ ହେଉଥିବା ସ୍ଥାନର ଦୂରତା ୧କିମି ହୋଇଥିବାବେଳେ ଲୁଣିବେର ୨କିମିରୁ ଅଧିକ ଓ ପୁରୁଣାବଉଳମାଳ ୧କିମିରୁ ଅଧିକ ଗୟାସାହି ଓ ଝୋଟମୁଣ୍ଡା ଏକ କିମିର ଦୂରତା ବହନ କରୁଥିବା ସ୍ଥାନୀୟ ଲୋକେ ତଦନ୍ତ ସମୟରେ କହିଥିଲେ। ସେହିପରି ଭାବରେ ଏ ସଂକ୍ରାନ୍ତରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଦିଲିପ କୁମାର ବିଶ୍ୱାଳଙ୍କ ପୈତୃକ ଘରକୁ ତଦନ୍ତକାରୀ ଦଳ ଯାଇ ଅନୁସନ୍ଧାନ କରିଥିଲେ। ତଦନ୍ତ ସମୟରେ ସେଠାରେ କେହି ନଥିବା ଦେଖି ଫେରି ଆସି ତାଙ୍କର ମର୍କେଟ କମ୍ପଲେକ୍ସ ଘରର ଅବସ୍ଥାକୁ ଅନୁଧ୍ୟାନ କରିଥିଲେ। ମାର୍କେଟ କମ୍ପଲେକ୍ସରେ ଘର ଭଡା ନେଇ ରହିଥିବା ଭଡାଟିଆ ଘର କାନ୍ଥରେ ଫାଟ ହୋଇଥିବା ଦେଖାଇଥିଲେ। ଏହା ବ୍ଲାଷ୍ଟିଂ ପ୍ରଭାବରେ କି ନୁହେଁ ତହା ସନ୍ଦେହ ଘେରରେ ରହିଥିଲା।

ଅଭିଯୋଗକାରୀ ଦିଲିପ ବିଶ୍ୱାଳ କହିଛନ୍ତି, ତାଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନଥିବାରୁ ସେ ନିଜ କାମରେ ବାହାରକୁ ଚାଲି ଯାଇଥିଲେ। ତାଙ୍କର ମାର୍କେଟ କମ୍ପଲେକ୍ସ ଘର ଦୁର୍ବଳ ହୋଇଥିବାରୁ ଏବଂ ଏହି ଜାଗାର ବେସ୍ କେଳୁଅମାଟି ହୋଇଥିବାରୁ ଘରର କାନ୍ଥ ଫାଟିଥିବା ଲିଜଧାରୀଙ୍କ ପକ୍ଷରୁ କୁହାଯାଇଛି। ପ୍ରରମ୍ଭରେ ପାହାଡରେ କୌଣସି ସୂଚନା ଫଳକ ନଥିବାରୁ ଅଧିକାରୀମାନେ ଅସନ୍ତୋସ ପ୍ରକାଶ କରିବା ସହିତ ଆଜି ସୁଦ୍ଧା ପିଲର ପୋତିବାକୁ କହିଯାଇଥିଲେ। ତଦନ୍ତକାରୀ ଅଧିକାରୀମାନେ ଗଣମାଧ୍ୟମକୁ ଅସହଯୋଗ କରିଥିବାରୁ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରି ନାହିଁ। ଆଜିର ଏହି ତଦନ୍ତକାରୀ ଦଳରେ ଜିଲା ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରା, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଜନୈକ ପ୍ରାଣୀବିଜ୍ଞାନୀ , ସ୍ଥାନୀୟ ବଳରାମପୁର ୨ର ରାଜସ୍ୱ ନିରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ଓ ଜେନାପୁର ଥନାଧିକାରୀ ଆଶିସ କୁମାର ସାହୁ ସଦଳବଳ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ଲିଜଧାରୀ ସେମାନଙ୍କୁ ତଦନ୍ତରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories