www.samajalive.in
Saturday, December 13, 2025
18.1 C
Bhubaneswar

୭ ବର୍ଷ ତଳେ ଆଜିର ଦିନରେ…….କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ସଚିନ

ମୁମ୍ବଇ : ୨୦୧୩ ନଭେମ୍ବର ୧୭ରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ରନ୍ ଓ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର। କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଈଶ୍ବରଙ୍କ ମର୍ଯ୍ୟାଦା ପାଇଥିବା ସଚିନ ଠିକ୍ ୭ ବର୍ଷ ତଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷ​‌ରେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ତାଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ସଚିନ ୭୪ ରନ୍ କରିଥିବା ବେଳେ ଭାରତ ଏହି ମ୍ୟାଚ୍ ଜିତିଥିଲା। ମ୍ୟାଚ୍ ପରେ ସଚିନ ଦେଇଥିବା ବିଦାୟୀ ସମ୍ଭାଷଣ ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କୁ ଭାବବିହ୍ବଳ କରିଥିଲା। ୧୦୦ ଆନ୍ତର୍ଜାତିକ ଶତକ ଅର୍ଜନ କରିଥିବା ସଚିନଙ୍କୁ ମଙ୍ଗଳବାର ଆଇସିସି ଟ୍ବିଟର ଜରିଆରେ ଧନ୍ୟବାଦ ଅର୍ପଣ କରିଥିଲା।

ପରେ ସାଥୀ ଖେଳାଳି ଯୁବରାଜ ସିଂହ ଟ୍ବିଟର ଜରିଆରେ ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ଯୁବରାଜ ଲେଖିଛନ୍ତି, ଏହି ଐତିହାସିକ ଦିନକୁ କେବେ ବି ଭୁଲିପାରିବି ନାହିଁ। ତୁମେ ପଡ଼ିଆରୁ ଅବସର ନେଇଥାଅ ପଛରେ, ଆମ ହୃଦୟରୁ କେବେ ବି ଅବସର ନେଇପାରିବ ନାହିଁ। ତୁମେ ସର୍ବକାଳୀନ ସର୍ବଶ୍ରେଷ୍ଠ ମାଷ୍ଟର ବ୍ଲାଷ୍ଟର। ସଚିନ ତାଙ୍କ ଟ୍ବିଟର ପୃଷ୍ଠାରେ ୭ ବର୍ଷ ତଳେ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ର ବ୍ରାୟାନ୍ ଲାରା ଓ କ୍ରିସ୍ ଗେଲ୍‌ ଉପହାର ଦେଇଥିବା ଷ୍ଟିଲ୍‌ର ବାଜାର ଫଟୋ ଛାଡ଼ିଛନ୍ତି।

- Advertisement -

ଏଥିରେ ସଚିନ ଲେଖିଛନ୍ତି, ଏପରି ଚମତ୍କାର ଉପହାର ଏବଂ ସେମାନଙ୍କ ଭଲପାଇବା ଓ ସମ୍ମାନ ଲାଗି ସର୍ବଦା କୃତଜ୍ଞ ରହିବି। ସଚିନ୍ ୧୯୮୯ ନଭେମ୍ବର ୧୫ରେ ପାକିସ୍ତାନ ବିପକ୍ଷରେ କରାଚିରେ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟ ପଦାର୍ପଣ କରିଥିଲେ। ଦୀର୍ଘ ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ସଚିନ ମୋଟ ୩୪,୩୯୭ ରନ କରିଛନ୍ତି। ୪୬୧ଟି ଦିନିକିଆ ମ୍ୟାଚରୁ ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍‌ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୦୦ ରନ ସର୍ବାଧିକ ସ୍କୋର ରହିଛି। ସେ ୧୫୪ଟି ୱିକେଟ ନେଇଛନ୍ତି। ୨୦୦ଟି ଟେଷ୍ଟ ମ୍ୟାଚରୁ ସଚିନ୍‌ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସହ ୧୫,୯୨୧ ରନ୍‌ କରିଛନ୍ତି। ସେ ୪୬ଟି ୱିକେଟ ନେଇଛନ୍ତି। ଏକମାତ୍ର କ୍ରୀଡ଼ାବିତ୍ ଭାବେ ସଚିନ୍ ଭାରତରତ୍ନ ସମ୍ମାନ ପାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories