www.samajalive.in
Monday, December 8, 2025
27.1 C
Bhubaneswar

ଡିସେମ୍ବର ୩୧ତାରିଖ ସୁଦ୍ଧା ଧାନକିଣା ଶେଷ କର ନହେଲେ ଭୋଗିବ : କୃଷକ ସଂଗଠନ

କାଠଡେରା : ଡିସେମ୍ବର ୩୧ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣିବାପାଇଁ ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଲକ ସଭାପତି କୌସ୍ତୁଭ ପ୍ରଧାନଙ୍କ ନେତୃତ୍ବରେ ସଂଗଠନର ସଦସ୍ୟ ତଥା ଶତାଧିକ ଚାଷୀ ଅତାବିରା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବରଗଡ଼ ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ରଜନିକାନ୍ତ ଦାଶ, ଡିଆରସିଏସ ଭକ୍ତବନ୍ଧୁ ସାହୁ, ଅତାବିରା ପେକ୍ସ ପ୍ରଶାସକ ସରୋଜ ମେହେର ପ୍ରମୁଖ ଧାରଣାସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଚାଷୀଙ୍କ କହିବା ଅନୁସାରେ ଅତାବିରା ଭେଡେନ ଜଳସେଚିତ ଅଞ୍ଚଳରେ ଖରିଫ ଧାନ ଅମଳ ନହେଉଣୁ ରବିଚାଷପାଇଁ ଚାଷୀଙ୍କୁ ପ୍ରସ୍ତୁତି ହେବାକୁ ପଡିଥାଏ । ସମସ୍ୟା ସଂପର୍କରେ ବାରମ୍ବାର ପ୍ରଶାସନକୁ ଜଣାଇ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନସୁଦ୍ଧା ମଣ୍ତିମାନଙ୍କୁ ୩୦ରୁ୪୦ପ୍ରିଶତ ଧାନ ଆସିଥିବାବେଳେ ତାହାର ଟୋକନ ମଧ୍ୟ ଆସିନାହିଁ । ଅମଳ ହୋଇନଥିବା ଧନର ଟୋକନ ଚାଷୀଙ୍କୁ ମିଳିଛି ଯଦ୍ବାରା ଟୋକନର ବୈଧତା କମିଯାଉଛି । ଫଳରେ ଗତଋତୁରେ ହୋଇଥିବା ଟୋକନ ଭୟ ଚାଷୀଙ୍କ ମନରେ ଘାରିଲାଣି । ଏହାର ସମସ୍ୟା ଦିଗରେ ଚାଷୀମାନେ ୪ଟି ପ୍ରସ୍ତାବ ଲିଖିତ ଆକାରରେ ଦେଇଛନ୍ତି ପ୍ରଥମରେ ଡିସେମ୍ବର ୩୧ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣାଯାଉ । ମଣ୍ତି ତଥା କ୍ରୟକେନ୍ଦ୍ର ଗୁଡିକରେ ପହଞ୍ଚଥିବା ଧାନର ଟୋକନ ସଂପୃକ୍ତ ଚାଷୀଙ୍କୁ ଦିଆଯାଉ । ମଣ୍ତି ବନ୍ଦ ହେବାପର୍ୟ୍ୟନ୍ତ ଟୋକନର ବୈଧତା ରହୁ । ୧୦ଏକର ପର୍ୟ୍ୟନ୍ତ ଚାଷୀଙ୍କ ଟୋକନ ନିୟମିତ ସମୟରେ ଦିଆଯାଉ । ମୂଖ୍ୟ ଯୋଗାଣ ଅଧିକାରୀ ସମସ୍ୟା ସଂପର୍କରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ତଥାପି ଧାନବିକ୍ରୀରେ ସମସ୍ୟା ହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ । ସଭାରେ ଉପ-ସଭାପତି ବୀରେନ୍ଦ୍ର କର ଓ ସୁରେନ୍ଦ୍ର ସ୍ବାଇଁ,ସଂପାଦକ ରବୀନ୍ଦ୍ର ବିଶି,ଭୀଷ୍ମଦେବ ପଣ୍ତା,ସତବାବୁ,ଜୟବାବୁ,ପାପାରାଓ,ବସନ୍ତ ବାରିକ,ସୁବାଷ ବିଶ୍ବାଳ,ସୀତାରାମ ସାହୁ,ପ୍ରମୁଖ ଆଲୋଚନାରେ ଭାଗନେଇଥିବାବେଳେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories