www.samajalive.in
Saturday, December 6, 2025
26.1 C
Bhubaneswar

ଜିତୁ ନାଏକ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ; ପୁଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ

ସଂକ୍ରିଡା/ ଥୁଆପାଲି/ ଚିଚିଣ୍ଡା : ଜୁଲାଇ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡର ଦୋଷୀକୁ ପୁଲିସ ଆଜି ପର୍ଯ୍ୟନ୍ତ ଧରିନଥିବାରୁ ଏହାର ପ୍ରତିବାଦ​ରେ ସାଧାରଣ ଜନତା ଆଜି ଧୈର୍ଯ୍ୟହରା ହୋଇ ଥାନା ଘେରାଉ କରିବା ସହ ଗାଡି ଭଙ୍ଗା ରୁଜା କରିଛନ୍ତି। ଅପରପକ୍ଷରେ ପୁଲିସର ମାଡରେ ଲୋକେ ଆହତ ହୋଇଛନ୍ତି। ବୁର୍ଦ୍ଦା ଗ୍ରାମର ଲିଙ୍ଗରାଜ ନାଏକଙ୍କ ପୁ୍ଅ ଗିରିଧାରୀ ନାଏକ ଓରଫ ଜିତୁ କୁ ଗତ ଜୁଲାଇ୧୮ ତାରିଖରେ ତଣ୍ଟିକାଟି ହତ୍ୟା କରାଯାଇଥିଲା। ଗାଁ ମୁଣ୍ଡ କ୍ଷେତରେ ଜିତୁର ମୃତ ଦେହ କାଦୁଆରେ ସରସର ହୋଇ ପଡିଥିବା ପରିବାର ଲେକେ ଦେଖିବାକୁ ପାଇଥିଲେ। ସେହି ଦିନଠାରୁ ଜିତୁର ହତ୍ୟାକାରୀକୁ ପୁଲିସ ଏଯାଏଁ ଧରିବାରେ ସଫଳ ହୋଇ ନାହିଁ। ବୁର୍ଦ୍ଦା ଗ୍ରାମ ବାସୀ ପୁଲିସର ନିଷ୍କ୍ରିୟତା କୁଦାୟୀ କରି ତୁରନ୍ତ ଦୋଷୀ ବିରୁଦ୍ଧରେକାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୧୭ ତାରିଖ ଦିନ ଥାନା ଆଗରେ ଆମରଣ ଅନଶନ କରିବା ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ। ସୋମବାର ସକାଳୁ ଗ୍ରାମବାସୀ ଭେଡେନ୍ ଥାନାରେ ପହଁଚି ଜିତୁ ହତ୍ୟାକାରୀକୁ କାହିଁିକି ପୁଲିସ ଧରୁ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏନେଇ ଥାନାରେ ସେମାବାର ପୁଣିଏକ ଏତାଲା ଦେଇଥିଲେ। ଭେଡେନ୍ ପୁଲିସ ପାଖରୁକୌଣସି ସେନ୍ତୋଷ ଜନକ ଉତ୍ତର ନମିଳିବାରୁ ଲୋକଙ୍କ ମଧ୍ୟରେଉତ୍ତେଜନା ଦେଖା ଦେଇଥି​‌ଲା ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବା ସହ ଉତ୍ତ୍ୟକ୍ତ ଲୋକେ ଥାନା ପରିସରରେ ଥିବା ଗାଡି ଗୁଡିକୁ ଭଙ୍ଗାରୁଜା କରିବା ସହିତ ଢ଼େଲା ପଥର ମାଡ କରିଥିଲେ। ଲୋକଙ୍କୁ ଘଉଡାଇବା ପାଇଁ ପୁଲିସ ମଧ୍ୟ ମୃଦୁ ଲାଠିଚାଳନା କରିଥିଲା। ଏଥିରେ ମୃତ ଜିତୁର ମା ଆହତ ​‌େ​‌ହବା ସହ ଅନ୍ୟ ମାନେ ମଧ୍ୟ ଆହତ ହୋଇଥିଲେ। ପରିସ୍ଥିତି ଉତ୍ତଜନା ପୂର୍ଣ୍ଣ ଥିବାରୁ ଅଧିକ ପୁଲିସ ଫୋର୍ସ ମୁତୟତ ହୋଇଥିଲେ। ବୁର୍ଦ୍ଦା ଗ୍ରାମବାସୀ ଆହତ ମହିଳାଙ୍କୁ ଥାନା ସମାନ୍ାରେରଖି ଧାରାଣା​‌େ​‌ର ବସି ରହିଛନ୍ତି। ଘଟଣା ସ୍ଥଳରେ ବରଗଡ ଏସଡିପିଓ ଓ ଅତିରିକ୍ତ ଏସପି ପହଁଚି ଲୋକଙ୍କୁବୁଝା ସୁଝା କରିଥିଲେ ମଧ୍ୟ ଏସପି ଆସି କଥା ନହେବା ଯାଏଁ ଧାରଣା ଜାରି ରହିବବୋଲି କହିଛନ୍ତି। ଖବର ଲେଖା ଯାଏଁ ଲୋକେ ଥାନା ଆଗରେ ଧାରଣା ବସିରହିଛନ୍ତି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ମୃତଜିତୁ କୁ ପ୍ରେମ ଜନିତ ବ୍ୟାପରରେ ଗ୍ରାମର ଏକ ନିର୍ଦ୍ଦିଷ୍ଟ ପରିବାରରଲୋକେ ହତ୍ୟା କରିଛନ୍ତି ବୋଲି ଜିତୁର ବାପା ଲିଙ୍ଗରାଜ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଲିଙ୍ଗରାଜଙ୍କ ଅଭିଯୋଗ ପରେ ମଧ୍ୟ ପୁଲିସ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କୌଣସି ପ୍ରକାର ପଚରା ଉଚୁରା କିମ୍ବା କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଭେଡେନ ପୁଲିସର କାର୍ଯ୍ୟକଳାାପକୁ ନେଇ ବୁର୍ଦ୍ଦା ଗ୍ରାମବାସୀ ଅସନ୍ତୋଷ ଜାହିର କରିବା ସହିତ ଆଜି ଅଶାନ୍ତି ପରିବେଶ ସୃଷ୍ଟି ହୋଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories