www.samajalive.in
Wednesday, December 10, 2025
23.1 C
Bhubaneswar

ବାତୋ ସରପଞ୍ଚଙ୍କ ପରଲୋକ

କେଶଦୁରାପାଳ : ଘସିପୁରା ବ୍ଳକ ଅନ୍ତର୍ଗତ ବାତୋ ପଞ୍ଚାୟତର ସରପଞ୍ଚ ତଥା ଶିକ୍ଷକ କାହ୍ନୁ ଚରଣ ନାୟକଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ, ବାତୋ ସରପଞ୍ଚ ତଥା ଶିକ୍ଷକ କାହ୍ନୁ ଚରଣ ନାୟକଙ୍କ(୬୯) ବର୍ଷ ବୟସରେ  ପରଲୋକ ହୋଇଯାଇଛି। ଶ୍ରୀ ନାୟକ ଜଣେ ପ୍ରଜା ବତ୍ସଳ ସରପଞ୍ଚ ଭାବେ ଘସିପୁରା ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ। ସେ ଦୀର୍ଘ ଦିନ ଧରୀ ରୋଗରେ ପୀଡିତ ଥିବାବେଳେ କିମ୍ ସ୍ ହସପିଟାଲରେ  ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ସମୟରେ ପୁଅ ସନ୍ତୋଷ, ତିନି ଝିଅ , ଜ୍ବାଇଁଙ୍କ ସହିତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ତାଙ୍କର ବିୟୋଗରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ଶ୍ରୀ ନାୟକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ । ପୂଣ୍ୟତୟା  ବୈତରଣୀ ନଦୀ ବାତୋ ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପର୍ଣ୍ଣ  ହୋଇଥିବାବେଳେ ପୁଅ  ସନ୍ତୋଷ କୁମାର ନାୟକ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories