ଜାପାନରେ ଅଂଶୁଘାତରେ ୬୫ ମୃତ, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ

0

ଟୋକିଓ: ଜାପାନ ପରି  ଉନ୍ନତ ଦେଶରେ ଅଂଶୁଘାତରେ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେଠାକାର ତାପମାତ୍ରା ୪୧.୧ ଡିଗ୍ରୀ ହୋଇଯାଇଥିବାରୁ ଏତେ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରିଥିବା ସୂଚନା ମିଳଛି ।

ଜାପାନର କୁମାଗୁୟା ସହରରେ  ତାପମାତ୍ରା ବୃଦ୍ଧିର ସବୁଠାରୁ ଖରାପ ପ୍ରଭାବ ପଡିଛି ।  ଏଥିଯୋଗୁଁ ପ୍ରାୟ ୨୨ ହଜାର ଲୋକଙ୍କୁ ଅଂଶୁଘାତ ହୋଇଥିଲା । ଏମାନଙ୍କୁ ତୁରନ୍ତ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜାପାନର ପାଣିପାଗ ବିଭାଗ ଏହାକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛି ।

ଜାପାନର ରାଜଧାନୀ ଟୋକିଓରେ ବି ତାପମାତ୍ରା ବୃଦ୍ଧି ପାଇଛି । ସୋମବାରରେ ଏହାର ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ମାତ୍ରା ଆଦ୍ରତା ଯୋଗୁଁ ଏହା ୪୩ ଡିଗ୍ରୀ ସହ ସମାନ ପ୍ରଭାବ ପକାଉଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିଯୋଗୁଁ ଏନେକ ଲୋକ ଅଂଶୁଘାତର ଶିକାର ହୋଇଥିଲେ ।

Leave A Reply