www.samajalive.in
Saturday, December 6, 2025
26.1 C
Bhubaneswar

୫ ଦିନ ହେଲା କନ୍ଧମାଳ ଶୀତରୁ ଗାଏବ

ଫୁଲବାଣୀ : ଶୀତ ପାଇଁ ବେଶ୍ ପରିଚିତ କନ୍ଧମାଳ ଜିଲାରୁ ଗତ ୫ ଦିନ ହେଲା ଶୀତ ଗାଏବ ହୋଇଯାଇଛି। ଗତ  ବର୍ଷ ଏହି ସମୟରେ ଯେଉଁଭଳି ଭାବେ ଶୀତ ଅନୁଭୁତ ହେଉଥିଲା ଚଳିତ ବର୍ଷ ତାହାର ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗତ ୩ ଦିନ ତଳେ ଜିଲାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପାମାତ୍ରା ଆଜି ୯ ରୁ ୧୦ ଡ଼ିଗ୍ରି ସେଲସିୟସରେ ପହଁଚିଥିବା ବେଳେ ଶୁକ୍ରବାର ଫୁଲବାଣୀରେ ତାପମାତ୍ରା ୧୬.୫ ଡ଼ିଗ୍ରି ସେଲସିୟସ ଓ ଦାରିଙ୍ଗବାଡ଼ିରେ ୧୪ ଡ଼ିଗ୍ରି ସେଲସିୟସ୍ ଥିଲା। ସେହିଭଳି ୧୧ ତାରିଖରେ ଉଭୟ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ତାପମାତ୍ରା ୧୭ ଡ଼ିଗ୍ରି ସେଲସିୟସ୍ ରହିଥିଲା ଓ ୧୨ ତାରିଖରେ ଫୁଲବାଣୀରେ ତାପମାତ୍ରା ୧୯ ଡ଼ିଗ୍ରି ସେଲସିୟସ, ଦାରିଙ୍ଗବାଡ଼ିରେ ୧୫ ଡ଼ିଗ୍ରି ସେଲସିୟସ୍ ରେକର୍ଡ଼ କରାଯାଇଛି। ସେହିଭଳି ୧୨ ତାରିଖରେ ଫୁଲବାଣୀରେ ୧୬.୫ ଡ଼ିଗ୍ରି ସେଲସିୟସ୍ ଓ ଦାରିଙ୍ଗବାଡ଼ିରେ ୧୪ ଡ଼ିଗ୍ରି ସେଲସିୟସ୍ , ୧୩ ତାରିଖରେ ଉଭୟ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡ଼ିଗ୍ରି ସେଲ୍ ସିୟସ୍ ରହିଥିବାର ରେକର୍ଡ଼ କରାଯାଇଛି । ୧୫ ତାରିଖ ରବିବାର ଦାରିଙ୍ଗବାଡ଼ିରେ ୧୨ ଡ଼ିଗ୍ରି ସେଲସିୟସ୍ ଥିବା ବେଳେ ଫୁଲବାଣୀରେ ୧୪ ଡ଼ିଗ୍ରି ସେଲସୟସ୍ ଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ତେବେ ୧୦ ତାରିଖରେ କିନ୍ତୁ ଦାରିଙ୍ଗବାଡ଼ିରେ ତାପାମାତ୍ରା ଚଳିତ ବର୍ଷର ସର୍ବନିମ୍ନ ୯.୫ ଡ଼ିଗ୍ରି ସେଲସିୟସ୍ ଥିବା ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀରେ ୯.୮ ଡ଼ିଗ୍ରି ସେଲସିୟସ୍ ଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ୯ ତାରିଖରେ ଫୁଲବାଣୀରେ ୧୦ ଡ଼ିଗ୍ରି ଓ ଦାରିଙ୍ଗବାଡ଼ିରେ ୯.୫ ଡ଼ିଗ୍ରି ସେଲସିୟସ୍ ଥିବାର ରେକର୍ଡ଼ କରାଯାଇଛି। ତେବେ ଗତ ୯ ଓ ୧୦ ତାରିଖରେ ସମଗ୍ର ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ ସକାଳୁ କୁହୁଡ଼ି ଘନିଭୂତ ହୋଇ ରହିବା ଫଳରେ ସାଧାରଣ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ଥ ହୋଇ ପଡିଥିବା ବେଳେ ହଠାତ୍ ୧୧ ତାରିଖରୁ ଜିଲାରୁ ଶୀତ ଉଭାନ୍ ହୋଇ ଯାଇଛି। ଅନ୍ୟପକ୍ଷରେ ଜିଲାକୁ ପର୍ଯ୍ୟଟକମାନେ ଗସ୍ତ କରିବା ଆରମ୍ଭ କରିଥିଲେ ମଧ୍ୟ ଅଚାନକ ଭାବେ ଶୀତକମିଯାଇଥିବା ଯୋଗୁଁ ଅନେକ ଚିନ୍ତାରେ ପଡ଼ିଯାଇଛନ୍ତି। ଜିଲା ପ୍ରଶାସନର ବର୍ତ୍ତମାନର କୋଭିଡ଼୍ ନିୟମ ପ୍ରକାରେ ଜିଲାର କୌଣସି ପର୍ଯ୍ୟଟନ ସ୍ଥଳକୁ ଗସ୍ତ ଉପରେ ରୋକ୍ ଲଗାଯାଇଥିବା ଯୋଗୁଁ କେବଳ ଶୀତକୁ ଅନୁଭବ କରିବା ପାଇଁ ବହୁ ମାତ୍ରରେ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ହଠାତ୍ ଶୀତ ଉଭାନ୍ ଏବେ ପର୍ଯ୍ୟଟକ ମଧ୍ୟ ଏହାର ମଜା ନେଇ ପାରୁନଥିବାର ଅନେକ ପ୍ରକାଶ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories