www.samajalive.in
Saturday, December 13, 2025
27.1 C
Bhubaneswar

୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଓ ଯୁବ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଏବଂ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସକୁ ସୁଶ୍ରୀ ଡ. ଶୃତି ମହାପାତ୍ର, ମୁଖ୍ୟ ପରିଚାଳିକା ତଥା ପ୍ରତିଷ୍ଠାତା ସ୍ୱାଭିମାନ, ତଥା ମୁଖ୍ୟ ସମନ୍ଵୟକାରି ଅଞ୍ଜଳି ମହୋତ୍ସବ ସ୍ବାଗତ ଭାଷଣ ଦେଇ ଉଦଘାଟନ କରିଥିଲେ। ଜୁମ ଆପ ମାଧ୍ୟମରେ ହଜାର ରୁ ଅଧିକ ଶ୍ରୋତା ଏହି ଉତ୍ସବରେ ଯୋଗଦାନ କରିବା ସହିତ ପ୍ରଥମ ଦିବସର କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ , ଏଥିସହିତ ଜଗଦାନନ୍ଦ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଲିଉଡ଼ ଷ୍ଟାର୍ ସବ୍ୟସାଚୀ ମିଶ୍ର ଏବଂ ସୁଲୋଚନା ଦାସ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ପ୍ରମୁଖ ସମ୍ମାନନୀୟ ଅତିଥି ଉପସ୍ଥିତ ଥିଲେ।

- Advertisement -

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ବକ୍ତବ୍ୟ ସମସ୍ତଙ୍କୁ ଉତ୍ସାହ ଭରିଦେଇଥିଲା। ସେ କହିଥିଲେ ସ୍ୱାଭିମାନ ମାଧ୍ୟମରେ ଡ.ଶୃତି ମହାପାତ୍ରଙ୍କ ପ୍ରୟା କୁ ଆରୋଗ୍ୟ ରୂପୀ ସ୍ପର୍ଶ ସହିତ ତୁଳନା କରିବା ସହିତ ସମସ୍ତଙ୍କ ପାଇଁ ଏବଂ ତାଙ୍କ ପାଇଁ ଡ. ମହାପାତ୍ର ପ୍ରେରଣାର ଉତ୍ସ ବୋଲି ବିବେଚନା କରିଥିଲେ। ୫୫ ଶିଶୁଙ୍କୁ ନେଇ ଆରମ୍ଭ ହୋଇଥିବା ଅଞ୍ଜଳି ମହୋତ୍ସବ ୪୭, ୦୦୦ ରେ ପହଞ୍ଚିବା ଏକ ମାଇଲଖୁଣ୍ଟ। ସମ୍ମାନିତ ଅତିଥି ଶ୍ରୀ ଜଗଦାନନ୍ଦ ଏହି ଉତ୍ସବର ଏକ ଅଂଶ ରୂପେ ଯୋଡ଼ି ହୋଇଥିବାରୁ ନିଜର ଖୁସି ଜାହିର କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଏହି ଉତ୍ସବ ଶିଶୁ ଏବଂ ଯୁବ ପୀଢ଼ିଙ୍କୁ ଏକ ସମ୍ମିଳିତ ସମାଜ ଗଠନ କରିବା ଦିଗରେ ପ୍ରେରଣା ଯୋଗାଇବା ସହିତ ସାମାଜିକ ବାଛବିଚାର ତଥା ପ୍ରଭେଦକୁ ଦୂର କରିବାରେ ସହାୟକ ହେବ। ଯାହା ସକ୍ଷମ ଏବଂ ଭିନ୍ନ ରୂପରେ ସକ୍ଷମ ମଧ୍ୟରେ ଥିବା ଦୂରତାକୁ ବନ୍ଧ ବନ୍ଧିବାରେ ମହୌଷଧି ହୋଇପାରିବ  ଏବଂ ସମାଜର ମୁଖ୍ୟ ସ୍ରୋତରେ ଦିବ୍ୟାଙ୍ଗ ମାନଙ୍କୁ ସାମିଲ କରାଇବାରେ ବାଟ ଖୋଲିବ। ଓଲିଉଡ଼ ଅଭିନେତା ସବ୍ୟସାଚୀ କହିଲେ ଯେ,  କରୋନାର ପ୍ରଭାବ ଅଞ୍ଜଳିକୁ କୌଣସି ପ୍ରକାର ପ୍ରଭାବିତ କରିପାରି ନାହିଁ। ଡ. ମହାପାତ୍ର ତାଙ୍କୁ ଦୀର୍ଘବର୍ଷ ଧରି ଅଞ୍ଜଳି ପରି ବିଶ୍ବସ୍ତରୀୟ ମହୋତ୍ସବରେ ସୁଯୋଗ ଦେଇଥିବାରୁଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଡ଼. ମହାପାତ୍ର ଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ବିପରୀତ ପରିସ୍ଥିତିରେ ସ୍ୱାଭିମାନ ସଦସ୍ୟ ମାନଙ୍କର ପ୍ରଚେଷ୍ଟାକୁ ସ୍ବାଗତ ଜଣାଇଥିଲେ। ଅଞ୍ଜଳି ମହୋତ୍ସବ ଏକ ଏଭଳି ପ୍ରଚେଷ୍ଟା ଯାହା ସମସ୍ତଙ୍କୁ ଆଗକୁ ବଢ଼ିବାରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରାଇବ। ମୁଖ୍ୟ ଅତିଥି ଅପରାଜିତା ଷଡ଼ଙ୍ଗୀ ଅଞ୍ଜଳି ପୁରସ୍କାର ପ୍ରାଦନ କରିଥିଲେ। ଯେଉଁ ପ୍ରତିଭାମାନେ ଏହି ପୁରସ୍କାର ପାଇଥିଲେ ସେମାନେ ହେଲେ ଯଥାକ୍ରମେ ମମତା ରାଣୀ ପଣ୍ଡା ତାଙ୍କର ସାହସିକତା ପାଇଁ ବିଚାର ମଣ୍ଡଳୀ ତରଫରୁ ଏବଂ ରିତ୍ଵିକ୍ ଦାସ ସାହସିକତା ପାଇଁ ଏହି ପୁରସ୍କାର ପାଇଥିଲେ। ସେହିଭଳି ସୁଲୋଚନା ଦାସ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ତାଙ୍କର ପ୍ରତିଶ୍ରୁତି ବଦ୍ଧତାପାଇଁ, ହୁସନୈନ ତାଙ୍କର ସେବା କାର୍ଯ୍ୟ ପାଇଁ ଉକ୍ତ ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories