www.samajalive.in
Wednesday, December 10, 2025
18.1 C
Bhubaneswar

ବାଲିଆନ୍ତା ନିକୁଞ୍ଜବିହାରୀ ମନ୍ଦିରରେ ନିଆରା ଢଙ୍ଗରେ ଦୀପାବଳି ପାଳିତ

ଭୁବନେଶ୍ୱର,ବାଲିଅନ୍ତା : ପବିତ୍ର ଦୀପାବଳୀ ଅବସରରେ ସରକାରଙ୍କ ପ୍ରବର୍ତ୍ତିତ କରୋନା କଟକଣାକୁ ଅନୁସରଣ କରି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଦୀପଦାନ ମାଧ୍ୟମରେ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ଓ ଗାନ୍ଧୀ ପୀଠରେ ସ୍ୱର୍ଗତ ବଂଶୀଧର ଆପଟ୍ଟଙ୍କ ସପ୍ତମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଓ ଦୀପାବଳି ଦୀପଦାନ ମାଧ୍ୟମରେ ପାଳନ କରାଯାଇଥିଲା। ପଣ୍ଡିତ ଶ୍ରୀଧର ଦାଶ କୁଶଭଦ୍ରା ନଦୀରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବା ପରେ ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍‌ଫ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି, ସମାଜସେବୀ ଅଭୟ ବଡ଼ଜେନା, ବେଦବିଦ୍ୱାନ ସୁରେନ୍ଦ୍ର ନାଥ ଛୋଟରାୟ, ଶିକ୍ଷାବିତ୍‍ ବୀଣାପାଣି ଦାସ, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ଡମ୍ବରୁଧର ଜେନା, ନିଲୁ ବେହେରା, ପାଲା ସଂଗଠକ ଦେବେନ୍ଦ୍ର ଖୁଣ୍ଟିଆ, ବାଲିଅନ୍ତା ଯାଦବ ସଂଘ ସଭାପତି ଧନେଶ୍ୱର ବେହେରା, କୋଷାଧ୍ୟକ୍ଷ ସୁରେଶ ବେହେରା, ମନ୍ଦିର ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ଦିଲ୍ଲୀପ ସାହୁ, ହାପି ରାୟ, ମନୋଜ ବେହେରା, ବୈକୁଣ୍ଠ ରାଉତରାୟ, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ବସନ୍ତ କୁମାର ଦାସ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦୀପଦାନ କରିଥିଲେ। କୃଷ୍ଣ କେଶବ ଆପଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ବିଧାୟକ ଡଃ ଢାଲି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories