www.samajalive.in
Monday, December 8, 2025
27.1 C
Bhubaneswar

ପରାଜୟକୁ ହଜମ କରି ପାରୁନାହାନ୍ତ ଟ୍ରମ୍ପ ସମର୍ଥକ; ରାଜରାସ୍ତାରେ ପୁଲିସ ସହ ହିଂସାତ୍ମକ ସଂଘର୍ଷ

ୱାଶିଂଟନ: ଟ୍ରମ୍ପ ଓ ତାଙ୍କ ସମର୍ଥକମାନେ ପରାଜୟକୁ ବିଶ୍ବାସ କରି ପାରୁନାହାନ୍ତି କି ହଜମ କରି ପାରୁନାହାନ୍ତି । ପୁନର୍ବାର ଭୋଟ ଗଣତି ଦାବି କରି ଟ୍ରମ୍ପ ସମର୍ଥକ ୱାଶିଂଟନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାକୁ ନେଇ ପୁଲିସ ଓ ଟ୍ରମ୍ପ ସମର୍ଥକ ମୁହାଁମୁହିିଁ ହୋଇଛନ୍ତି । ଘଟଣା ହିଂସାତ୍ମକ ମୋଡ଼ ନେଇଛି ।

ସୂଚନା ଅନୁସାରେ ଟ୍ରମ୍ପ ସମର୍ଥକମା​‌ନେ ଆରମ୍ଭ କରିଛନ୍ତି ‘ମିଲିଅନ ମେଗା ମାର୍ଚ’ । ପେନସିଲଭାନିଆ, ନେଭାଡ଼ା ଆଦି ସ୍ଥାନରେ ଭୋଟ ଗଣତିରେ ବ୍ୟାପକ ଗଡ଼ବଡ଼ ହୋଇଥିବା ଅଭିଯୋଗ କରି ସେମାନେ ଆଉଥରେ ଭୋଟ ଗଣତି ପାଇଁ ଦାବି କରିଛନ୍ତି । ଏପରିକି ଟ୍ରମ୍ପ ସମର୍ଥକ ଓ ବିପକ୍ଷ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବଢ଼ିବାରେ ଲାଗିଛି । ଉଭୟ ପକ୍ଷ ମୁହାଁମୁହିଁ ହେବାପରେ ପୁଲିସ ହସ୍ତକ୍ଷେପ କରିଛି ଓ ପୁଲିସ ସହ ମଧ୍ୟ ଟ୍ରମ୍ପ ସମର୍ଥକମାନଙ୍କର ଖଣ୍ଡଯୁଦ୍ଧ ହୋଇଛି ।

- Advertisement -

ପୁନର୍ବାର ଭୋଟ ଗଣତି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଟ୍ରମ୍ପ ସମର୍ଥକମାନେ ଚେତାବନୀ ଦେଇଛନ୍ତି । ମୃତକମାନଙ୍କ ନାମରେ ଭୋଟ ଦିଆଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଫକ୍ସ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ଟ୍ରମ୍ପ ସମର୍ଥକ ସଙ୍ଗଠନ ପ୍ରାଉଡ଼ ବଏଜ ସହ ଟ୍ରମ୍ପ ବିରୋଧୀ ସଙ୍ଗଠନ ବ୍ଲାକ ଲାଇଭ୍ସ ମ୍ୟାଟର ମଧ୍ୟରେ ସଂଘର୍ଷ ହୋଇଛି । ରାତି ବଢ଼ିବା ସହ ଏହି ସଂଘର୍ଷ ବଢ଼ିବାରେ ଲାଗିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories