www.samajalive.in
Saturday, December 6, 2025
15.1 C
Bhubaneswar

ପାତାଳୀ ଶ୍ରୀକ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଭୂମିପୂଜନ

ବୀରମହାରାଜପୁର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୋନପୁର ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଶୁକ୍ରବାର ଭୂମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡିଓ କନଫରେରେନ୍ସିଂ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କ୍ଷେତ୍ର ଖୁବଶୀଘ୍ର ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକାଶ କରିଥିଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅନ୍ୟତମ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଏଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମସାଗର ଭୋଇ, ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ପାତାଳୀ କ୍ଷେତ୍ର ଟ୍ରଷ୍ଟର ସମ୍ପାଦକ ଉତ୍ତର ପାତ୍ର ସଭା ପରିଚାଳନା କରିଥିବାବେଳେ ଟ୍ରଷ୍ଟି ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ରରେ ଯଥାଶୀଘ୍ର ଶିଶୁ ଉଦ୍ୟାନ ନିର୍ମାଣ, ସୌନ୍ଦର୍ଯ୍ୟକରଣ, ବିଭିନ୍ନ ସ୍ଥାନରେ ପିଣ୍ଡି ନିର୍ମାଣ, ଆଲୋକିକରଣ, ପାହାଚ ସଜ୍ଜିକରଣ, ପାନୀୟ ଜଳ ବ୍ୟବସ୍ଥା ଆଦି କାର୍ଯ୍ୟ କରାଯିବା ନେଇ ସଭାରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ପାତାଳୀ ଟ୍ରଷ୍ଟ କର୍ମକର୍ତ୍ତା ଓ ପାତାଳୀ ସେନା ସଦସ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି ଆଜକୁ ଦୀର୍ଘ ୧୭ ବର୍ଷ ତଳେ ୨୦୦୩ ମସିହାରେ ପ୍ରାକୃତିକ ପରିବେଶରେ ଭରା ପାତାଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିଲେ। ୨୦୧୧ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଚତୁର୍ଦ୍ଧା ମୂର୍ତ୍ତି ଏଠାରେ ପ୍ରତିଷ୍ଠା ହୋଇଥିଲା। ୨୦୧୨ ଜୁଲାଇ ୫ରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୁରୀ ଗଜପତିଙ୍କ ଦ୍ଵାରା ଭୂମିପୂଜନ ବି ସମ୍ପନ୍ନ ହୋଇଛି। ସେହିଭଳି ଏଠାରେ ୨୦୧୯ ଫେବୃଆରୀ ୧୧ରେ ରୋପୱେ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଜଣାଯାଇଛି। ଶୀଘ୍ର ଏସବୁ କାର୍ଯ୍ୟ ସମ୍ପାଦିତ ହେଲେ ପାତାଳୀ ଶ୍ରୀକ୍ଷେତ୍ର ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ବୋଲି ସାଧାରଣରେ ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories