www.samajalive.in
Saturday, December 6, 2025
26.1 C
Bhubaneswar

ଲକଡାଉନରେ ବୁଣାକାରଙ୍କ କଳାତ୍ମକ ସୃଜନ, ସମ୍ବଲପୁରୀ ବାନ୍ଧରେ ପ୍ରସ୍ତୁତ କଲେ ବିଜୁବାବୁଙ୍କ ଚିତ୍ର ଥିବା ୱାଲ୍ ହ୍ୟାଙ୍ଗିଙ୍ଗ୍

ବୀରମହାରାଜପୁର: ଲକଡାଉନ ସମୟରେ ସୂତା ଓ ରଙ୍ଗ ସାମଗ୍ରୀ ନ ମିଳିବାରୁ ତଥା କପଡା ବଜାର ମଧ୍ୟ ଢେର୍ ଭାବରେ ପ୍ରଭାବିତ ହୋଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ବହୁ ବୁଣାକାର ପରିବାରଙ୍କ କୌଳିକ କର୍ମ ବନ୍ଦ ରହିବା ସହ ଜୀବନଜୀବିକା ବିପନ୍ନ ହୋଇପଡିଛି। ତେବେ ଲକଡାଉନ୍ ସମୟରେ ଚୁପ୍ ହୋଇ ବସିରହିବା ଅପେକ୍ଷା କିଛି ନୂଆଁ କଳାତ୍ମକ ସୃଜନ କରିବାର ଚିନ୍ତା କରି ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମର ଏକ ବୁଣାକାର ପରିବାର ସମ୍ବଲପୁରୀ ବାନ୍ଧରେ ପ୍ରସ୍ତୁତ କରିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଚିତ୍ର ଥିବା ୱାଲ୍ ହ୍ୟାଙ୍ଗିଙ୍ଗ୍।

ବୁଣାକାର ବହୁଳ କେନ୍ଦୁପାଲି ଗ୍ରାମରେ ଆଗରୁ ମଧ୍ୟ ଅନେକ ବୁଣାକାର ନିଜର ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ପ୍ରଖ୍ୟାତ ଅଭିନେତ୍ରୀ ବିଦ୍ୟା ବାଲାନ ପରିଧାନ କରିଥିବା ସମ୍ବଲପୁରୀ ପାଟଶାଢ଼ୀ ‘ଶ୍ରୀଗଣିତ’ର ଗ୍ରାଫିକ୍ସ ଓ ବାନ୍ଧ କାମ ପାଇଁ ଏହି ଗ୍ରାମ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଉକ୍ତ ଗ୍ରାମର ବୁଣାକାର ପଞ୍ଚାନନ ମେହେର ଓ ତାଙ୍କ ପରିବାର ସଦସ୍ୟ ମିଳିମିଶି ସମ୍ବଲପୁରୀ ବାନ୍ଧରେ ପ୍ରସ୍ତୁତ କରିଛନ୍ତି ବିଜୁବାବୁଙ୍କ ଚିତ୍ର ଥିବା ୱାଲ୍ ହ୍ୟାଙ୍ଗିଙ୍ଗ୍। ଏଥିରେ ଓଡ଼ିଶା ମାନଚିତ୍ର ସହ ଦଣ୍ଡାୟମାନ ଅବସ୍ଥାରେ ହାତ ଟେକି ରାଜ୍ୟର ବିକାଶ ପାଇଁ ଆହ୍ୱାନ ଦେଉଛନ୍ତି ବିଜୁବାବୁ।

- Advertisement -

ପ୍ରଥମେ ବିଜୁବାବୁଙ୍କ ଫଟୋକୁ ଦେଖି ଗ୍ରାଫ୍ ତିଆରି କରି ତାକୁ ପାଟ ସୂତାରେ ବାନ୍ଧିବା ସହ ବିଭିନ୍ନ ରଙ୍ଗରେ ରଙ୍ଗ କରି ସେମାନେ ଏହାକୁ ପ୍ରସ୍ତୁତ କରିଥିଲେ। ସେମାନଙ୍କୁ ଏଥିପାଇଁ ପ୍ରାୟ ୬ ମାସ ସମୟ ଲାଗିଛି। ପଞ୍ଚାନନ ଓ ତାଙ୍କ ସ୍ତ୍ରୀ ଭାରତୀଙ୍କ ସମେତ ଦୁଇ ପୁଅ ଗଣେଶ, ମିଲନ ଓ ଝିଅ ରଚନା ଏଥିପାଇଁ ସମୟ ଦେଇଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୱାଲ୍ ହ୍ୟାଙ୍ଗିଙ୍ଗ୍ ପ୍ରସ୍ତୁତ କରି ଆମେ ବହୁତ ଖୁସି ଓ ଦୀପାବଳୀ ପରେ ନବୀନ ନିବାସକୁ ଯାଇ ଏହାକୁ ବିଜୁବାବୁଙ୍କ ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉପହାର ଭାବେ ପ୍ରଦାନ କରିବାକୁ ମନସ୍ଥ କରିଥିବା କହିଛନ୍ତି ଏହାର ମୁଖ୍ୟ ବୁଣାକାର ତଥା ବାନ୍ଧ କାରିଗର ପଞ୍ଚାନନ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories