ରେକର୍ଡସ୍ତରରେ ଅଂଶଧନ ବଜାର କାରବାର

0

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ) ମଙ୍ଗଳବାର କାରବାରରେ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୩୬,୭୧୮.୬୦ରୁ କାରବାର ଆରମ୍ଭ କରି ମଧ୍ୟାହ୍ନ ବେଳକୁ ୩୬,୯୦୨ ପଏଣ୍ଟର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ତେବେ କାରବାର ଅନ୍ତିମ ପର୍ଯ୍ୟାୟରେ ସେନସେକ୍ସ ୧୦୬.୫୦ ପଏଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚସ୍ତର ୩୬,୨୮୩.୨୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୧୧,୧୦୯ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା। ନିଫ୍ଟି ୪୯.୫୫ ପଏଣ୍ଟ ବୃଦ୍ଧି ପାଇ ୧୧,୧୪୩.୪୦ ପଏଣ୍ଟରେ ବନ୍ଦ ହୋଇଛି। ଉଲ୍ଲେଖ ଯେ ସୋମବାର ସେନସେକ୍ସ କାରବାର ୨୨୨.୨୩ ପଏଣ୍ଟ ବୃଦ୍ଧି ପାଇ ୩୬,୭୧୮.୬୦ ପଏଣ୍ଟରେ ଓ ନିଫ୍ଟ କାରବାର ୧୧,୧୦୯ରେ ବନ୍ଦ ହୋଇଥିଲା। ମଙ୍ଗଳବାର ସେନସେକ୍ସ ଏବଂ ନିଫ୍ଟି କାରବାରରେ ରେକର୍ଡସ୍ତରରେ ପହଞ୍ଚିଛନ୍ତି। ମେଟାଲ ବଜାର, ଅଟୋମୋବାଇଲ, ସିମେଣ୍ଟ ଅଂଶଧନ କାରବାର ଭଲ ହୋଇଛି। ମଙ୍ଗଳବାର ଲାର୍ସନ ଆଣ୍ଡ ଟ୍ୟୁବ୍‍ ଅଂଶଧନ କାରବାର ୩.୩୬%, ଏସିଆନ ପେଣ୍ଟ୍‍ସ କାରବାର ୨.୩୦%, ଟାଟା ଷ୍ଟିଲ ୧.୯୧% ଏବଂ ଇନଫୋସିସ୍‍ କାରବାର ୧.୪୯% ବୃଦ୍ଧି ପାଇ ବନ୍ଦ ହୋଇଛି। ଏସିଆର ଅନ୍ୟ ଅଂଶଧନ ବଜାରରେ ଭଲ କାରବାରର ପ୍ରଭାବ ଭାରତ ଅଂଶଧନ ବଜାର ଉପରେ ପଡିଛି। ଜାପାନର ନିକେଇ କାରବାର୦.୬୦%, ସଂଘାଇର କମ୍ପୋଜିଟ ଇଣ୍ଡେକ୍ସ ୧.୫୯% ଏବଂ ହଂକଂର ହିଙ୍ଗସିଙ୍ଗ କାରବାର ୧.୫୦% ବୃଦ୍ଧି ପାଇଛି। ବିଶେଷ କରି ଘରୋଇ ନିବେଶକଙ୍କ କିଣାବିକା ଯୋଗୁଁ ଅଂଶଧନ ବଜାର କାରବାର ରେକର୍ଡସ୍ତରରେ ପହଞ୍ଚିଛି।

Leave A Reply