www.samajalive.in
Friday, December 5, 2025
20.1 C
Bhubaneswar

ଆଜି ଶୁଭ ଧନତେରସ ; ନିଶ୍ଚୟ କରନ୍ତୁ ଏହି ଉପାୟ

ଦୀପାବଳି ପର୍ବ ଧନତେରସ ଠାରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ। ବିଭିନ୍ନ ସମସ୍ୟାର ସମାଧାନ ତଥା ଶୁଭଫଳ ପ୍ରାନ୍ତି ପାଇଁ କରନ୍ତୁ ଏହି ଉପାୟ…..
– ଧନତେରସ ଦିନ ଯଦି ଆପଣଙ୍କ ଦ୍ୱାରା ଚାନ୍ଦି ଜିନିଷ କିଣିବାକୁ ସମ୍ଭବ ନ ହୁଏ, ତେବେ ପିତ୍ତଳର ବାସନ କିଣନ୍ତୁ। ମାନ୍ୟତା ଅନୁଯାୟୀ ଏହା ଚନ୍ଦ୍ରମାଙ୍କ ପ୍ରତୀକ। ଯାହା ମନକୁ ଶାନ୍ତ ଓ ସନ୍ତୋଷ ପ୍ରଦାନ କରିଥାଏ।
– ଏହି ଦିନ ଆପଣ ଘରର ଆଲମିରାରେ ଅଥବା ଦେକାନାରେ ମା’ଲକ୍ଷ୍ମୀଙ୍କ ଏପରି ଫଟୋ ଲଗାନ୍ତୁ, ଯେଉଁଥିରେ ମା’ଲକ୍ଷ୍ମୀ ବସିବା ଢଙ୍ଗୀରେ କଳସରୁ ଧନବର୍ଷା କରୁଥିବା ଓ ହାତୀ ଶୁଣ୍ଢ ଉଠାଇଥିବା ଅବସ୍ତାରେ ଥିବ। ଏପରି କରିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।
ଧନତେରସ ଦିନ ବଜାରରୁ ୧୧ ଟି ଗୋମତୀ ଚକ୍ର ଆଣନ୍ତୁ। ଏହା ଉପରେ ଚନ୍ଦନ ଲଗାଇ ମା’ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ମା’ଙ୍କ ମନ୍ତ୍ରର ଜପ କରନ୍ତୁ। ଧନର ଅଭାବ ହେବ ନାହିଁ।
ମା’ଙ୍କ ପ୍ରସନ୍ନ କରିବା ପାଇଁ ଏହିଦିନ ଘରକୁ ନୂଆ ଝାଡୁ ଆଣନ୍ତୁ। ଏହାଦ୍ୱାରା ସମୃଦ୍ଧି ବୃଦ୍ଧି ହୋଇଥାଏ। ଝାଡ଼ୁ ସ୍ୱଚ୍ଛତାର ପ୍ରତୀକ।
ଏହିଦିନ ଭଗବାନ କୁବରେଙ୍କ ପୂଜା କରନ୍ତୁ। ଏହିଦିନ ଟଙ୍କା ପଇସା ଉତ୍ତର ଦିଗରେ ରଖିବା ଖୁବ ଶୁଭଙ୍କର। ଧନଲାଭ ହୋଇଥାଏ।
ମା’ଲକ୍ଷ୍ମୀ ଓ ଭଗବାନ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ପୂଜାପରେ ରାତିରେ କେସର କିମ୍ବା ହଳଦୀରେ ୨୧ଟି ଗୋଟା ଚାଉଳ ଲାଲ କପଡ଼ାରେ ବାନ୍ଧି ଆଲମିରା କିମ୍ବା ଟଙ୍କା ରଖିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ସମୃଦ୍ଧି ବୃଦ୍ଧି ହୋଇଥାଏ।
ଏହିଦିନ ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପୂଜା କରନ୍ତୁ।
ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଏହିଦିନ ଔଷଧ ନିଶ୍ଚୟ ଦାନ କରନ୍ତୁ।
ମନରେ ସର୍ବଦା ଭୟ ଅନୁଭବ ହେଉଥିଲେ ଏହିଦିନ ପ୍ରଭୁ ହନୁମାନଙ୍କ ନିକଟରେ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ପିତ୍ତଳର ପତ୍ରରେ ଶ୍ରୀରାମ ଲେଖି ଅନୁମାନଙ୍କୁ ଅର୍ପଣ କରନ୍ତୁ।
ଏହିଦିନ ଦକ୍ଷିଣ ଦିଗକୁ ଯମରାଜାଙ୍କ ନିକଟରେ ଏକ ଦୀପ ମଧ୍ୟ ଲଗାନ୍ତୁ।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories