www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲ ଗାନ୍ଧୀ ଜଣେ ଛାତ୍ରଙ୍କ ଭଳି ନର୍ଭସ, ଉତ୍ସାହ ଏବଂ ଦକ୍ଷତାର ଅଭାବରୁ ସେ କାହାକୁ ପ୍ରଭାବିତ କରିପାରନ୍ତି ନାହିଁ: ବାରାକ ଓବାମା

ନ୍ୟୁୟର୍କ : ରାହୁଲ ଗାନ୍ଧୀଙ୍କ ପାଖରେ ଜଣେ ଛାତ୍ରଙ୍କ ଭଳି ନର୍ଭସ ଏବଂ ଅସଂପୂର୍ଣ୍ଣ ଗୁଣ ରହିଛି। ଉତ୍ସାହ ଏବଂ ଦକ୍ଷତାର ଅଭାବରୁ ରାହୁଲ  କାହାକୁ ପ୍ରଭାବିତ କରିପାରନ୍ତି ନାହିଁ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକଟି ସମ୍ପୂର୍ଣ୍ଣ ରାଜନୈତିକ ସମୀକରଣ ଉପରେ ପର୍ଯ୍ୟବେଷିତ । ଆମେରିକା ସମେତ ଅନ୍ୟ ଦେଶର ନେତାଙ୍କ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଆଲୋକପାତ କରିଛନ୍ତି ବାରାକ ଓବାମା।

ବାରାକ ଓବାମାଙ୍କ ଦ୍ୱାରା ଲେଖାହୋଇଥିବା ଏହି ଆତ୍ମଜୀବନୀ ୭୬୮ ପୃଷ୍ଠାର। ନଭେମ୍ବର ୧୭ରେ ଏହି ବହି ବଜାରକୁ ଆସିବାକୁ ଥିବା ବେଳେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏହି ପୁସ୍ତକୁ ସମୀକ୍ଷା କରାଯାଇଥିଲା। ଯେଉଁଥିରେ ଓବାମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଖରେ ଜଣେ ଛାତ୍ରଙ୍କ ଭଳି ନର୍ଭସ ନେସ୍‌ ଓ ଅପରିପକ୍ବତା ରହିଛି। ଯିଏକି ସ୍କୁଲରେ ପାଠ ପଢ଼ି ସାରିଛନ୍ତି। ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିବା ପାଇଁ ଯୋଗ୍ୟତା ରଖି ନାହାନ୍ତି। ଏଥି ସହିତ ଏହି ପାଠକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ଉତ୍ସାହ ରାହୁଲଙ୍କ ପାଖରେ ନାହିଁ ଅର୍ଥାତ୍ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ଯେଉଁଥି ପାଇଁ ସେ କାହାକୁ ପ୍ରଭାବିତ କରିପାରୁନାହାନ୍ତି ବୋଲି ବାରାକ ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି।

- Advertisement -

ଏଥି ସହିତ ଏହି ପୁସ୍ତକରେ ଓବାମା  ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବବ ଗେଟ୍ସ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଓବାମା ଲେଖିଛନ୍ତି ଯେ ନିଜ ଆବେଗକୁ ନିୟନ୍ତ୍ରିତ ରଖିବାରେ ମନମୋହନ ସିଂ ସିଦ୍ଧିହସ୍ତ । ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବବ ଗେଟ୍ସ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମଧ୍ୟରେ ଅନେକ ଏକତା ରହିଛି ଯେପରି ଦୁହିଁଙ୍କ ସଚ୍ଚୋଟ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ବାରାକ ଓବାମା । ଏଥି ସହିତ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିଷୟରେ ଓବାମା ଳେଖିଛନ୍ତି ଯେ ପୁଟିନ୍ ଶାରୀରିକ ସମ୍ପୂର୍ଣ୍ଣ ଫିଟ ଏବଂ ବହୁତ ଚାଲାକ ବ୍ୟକ୍ତି ଅଟନ୍ତ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories