www.samajalive.in
Friday, December 5, 2025
26.1 C
Bhubaneswar

ସୁସ୍ଥ ରହିଲେ ଧୋନି ୨୦୨୧ ଆଇପିଏଲ୍‌ ଖେଳିପାରିବେ : ମୋରେ

ନୂଆଦିଲ୍ଲୀ : ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯାଇଥିବା ବେଳେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନଇ ଦଳ ଆଇପିଏଲ୍‌ର ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବେ ବୋଲି ସମେସ୍ତ ଆଶା ରଖିଥିଲେ। ତେବେ ଦଳ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଧୋନି ଚଳିତ ସଂସ୍କରଣରେ ୨୦୦ ରନ୍ ସଂଗ୍ରହ କରିଥିଲେ। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ଚଳିତ ସଂସ୍କରଣର ଶେ​‌ଷ ମ୍ୟାଚ୍‌ର ଟସ୍ ପଡ଼ିବା ସମୟରେ ଏହା ତାଙ୍କର ଶେଷ ସଂସ୍କରଣ କି ବୋଲି ଧୋନିଙ୍କୁ ଭାଷ୍ୟକାର ଡ୍ୟାନି ମୋରିସନ୍‌ ପ୍ରଶ୍ନ କରିଥିଲେ। ଧୋନି ଆସନ୍ତା ସଂସ୍କରଣରେ ଖେଳିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ।

ଧୋନି ୨୦୨୧ ଆଇପିଏଲ୍‌ରେ ଖେଳିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ପୂର୍ବତନ ୱିକେଟରକ୍ଷକ କିରନ୍‌ ମୋରେ କହିଥିଲେ ସୁସ୍ଥ ରହିଲେ ଧୋନି ୨୦୨୧ ଆଇପିଏଲ୍‌ରେ ଖେଳିପାରିବେ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋରେ କହିଥିଲେ ଧୋନି ୨୦୨୧ ଆଇପିଏଲ୍‌ରେ ଖେଳିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ଯଦି ସେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଥିବେ ତେବେ ନିଶ୍ଚିତ ଭାବେ ଆଇପିଏଲ୍‌ରେ ଖେଳିବେ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଚେନ୍ନଇ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ଅଧିକ ସମାଲୋଚନା କରାଯିବା ଅନୁଚିତ୍‌। ଚେନ୍ନଇ ଦଳ ଗୋଟିଏ ବର୍ଷ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ପୂର୍ବରୁ ଏହି ଦଳ ୩ଥର ଆଇପିଏଲ୍‌ ଚମ୍ପିଆନ୍‌ ହୋଇଛି। ଧୋନି ସେତେବେଳେ ମଧ୍ୟ ଏହି ଦଳର ନେତୃତ୍ବ ନେଇଥିଲେ। ଚେନ୍ନଇ ଦଳର ମ୍ୟାନେଜମେଣ୍ଟ ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନ ସଂପର୍କରେ ତର୍ଜମା କରିବ ଏବଂ ଆସନ୍ତା ସଂସ୍କରଣରେ ଦଳ ପୁନର୍ବାର ପ୍ରଭାବୀ ପ୍ରଦର୍ଶନ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମୋରେ ମତ ଦେଇଛନ୍ତି।

- Advertisement -

ଭାରତ ତରଫରୁ ୪୯ଟି ଟେଷ୍ଟ ଓ ୯୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ମୋରେ ଆହୁରି କହିଥିଲେ ଧୋନିଙ୍କୁ ୩୯ ବର୍ଷ ହୋଇଥିବାରୁ ସେ ଆଇପିଏଲ୍‌ରେ ଖେଳିବା ଅନୁଚିତ୍‌ ବୋଲି କେତେକ ମହଲରେ ମତପ୍ରକାଶ ପାଉଛି। ତେବେ ବୟସ ବଢ଼ିଲେ ଜଣେ କ୍ରିକେଟ୍‌ ଖେଳିପାରିବେ ନାହିଁ ବୋଲି ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ। ଗେଲ୍‌ ୪୧ ବର୍ଷ ବୟସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ତେଣୁ ଧୋନି ଯେପର୍ଯ୍ୟନ୍ତ ଫିଟ୍‌ ଅଛନ୍ତି ସେପର୍ଯ୍ୟନ୍ତ ତାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ମିଳବା ଉଚିତ୍‌ ବୋଲି ମୋରେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories