ଗୋ ହତ୍ୟା ବନ୍ଦ ହେଲେ ଭିଡ଼ ହିଂସା ବନ୍ଦ ହେବ: ଇନ୍ଦ୍ରେଶ କୁମାର

0

ନୂଆଦିଲ୍ଲୀ: ଦେଶରେ ଗୋ ହତ୍ୟା ବନ୍ଦ ହେଲେ ଭିଡ଼ ହିଂସା ଆପେ ଆପେ ବନ୍ଦ ହୋଇଯିବ ବୋଲି କହିଛନ୍ତି ଆରଏସ୍‍ଏସ୍‍ ନେତା ଇନ୍ଦ୍ରେଶ କୁମାର।
ହରିଆନାର ମେୱତ ଜିଲାର ଜଣେ ୩୧ ବର୍ଷୀୟ ରକବାର ଖାନ୍‍ଙ୍କୁ ଗୋ ଚାଲାଣ ଅଭିଯୋଗରେ ରାଜସ୍ଥାନର ଅଲ୍‍ୱରରେ ଦଳଗତ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ବହୁ ବିଳମ୍ବରେ ପୁଲିସ ତାଙ୍କୁ ଡାକ୍ତରଖାନା ନେଇଥିଲା। ଗତ ଏପ୍ରିଲ୍‍ ମାସରେ ମଧ୍ୟ ସେଠାରେ ପେହେଲୁ ଖାନ୍‍ଙ୍କୁ ଗୋଚାଲାଣ ଅଭିଯୋଗରେ ହତ୍ୟା କରାଯାଇଥିଲା। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀକୁମାର କହିଛନ୍ତି ଯେ ଭିଡ଼ ହିଂସାକୁ ନିନ୍ଦା କରାଯାଉଛି। ଏଥିସହିତ ଗୋ ହତ୍ୟାକୁ ମଧ୍ୟ ନିନ୍ଦା କରାଯିବା ଉଚିତ। କାରଣ କେବଳ ହିନ୍ଦୁ ଧର୍ମରେ ନୁହେଁ ଅନ୍ୟାନ୍ୟ ଧର୍ମରେ ମଧ୍ୟ ଗୋ ହତ୍ୟାକୁ ଏକ ପାପ ବୋଲି ବିବେଚନା କରାଯାଏ।

‘ଆମ ପଛରେ ବିଧାୟକ ଅଛନ୍ତି’

ଆକ୍ରମଣରୁ ସୌଭାଗ୍ୟବଶତଃ ବଞ୍ଚି ଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ‘ବିଧାୟକ ଆମ ପଛରେ ଅଛନ୍ତି। ଆମର କେହି କିଛି ବିଗାଡ଼ି ପାରିବେନି। ରାକବରକୁ ନିଅାଁକୁ ଫୋଫାଡ଼ି ଦିଅ’ ବୋଲି ‘ଆକ୍ରମଣକାରୀମାନେ କହୁଥିଲେ। ଅପରପକ୍ଷରେ ଏଭଳି ଅଭିଯୋଗକୁ ସ୍ଥାନୀୟ ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ଖଣ୍ଡନ କରିଛନ୍ତି। ଜନଆକ୍ରୋଶରୁ ଏଭଳି ଘଟଣା ଘଟିଛି ଏବଂ ଅଯଥା ତାଙ୍କ ନାମ ଯୋଡ଼ା ଯାଉଛି ବୋଲି ସେ କହିଛନ୍ତି। ଉକ୍ତ ଘଟଣାରେ ଏ ପର୍ଯ୍ୟନ୍ତ ପୁଲିସ ତିନି ଜଣଙ୍କୁ ଗିରଫ କରିଛି।

Leave A Reply