www.samajalive.in
Sunday, December 7, 2025
14.1 C
Bhubaneswar

ଗଞ୍ଜାମ ଜିଲା ପ୍ରଶାସନର ବଡ ପଦକ୍ଷେପ : ମାସ୍କ ନାହିଁ ତ ସରକାରୀ ଏବଂ ବେସରକାରୀ ସେବା ନାହିଁ

ଛତ୍ରପୁର : କରୋନା ମୁକାବିଲା ଦିଗରେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଇ ରାଜ୍ୟର ଉଦାହରଣ ସୃଷ୍ଟି କରିଥିବା ଗଞ୍ଜାମ ଜିଲା ପ୍ରଶାସନ ପୁଣି ଏକ ନିର୍ଦେଶନାମା ଜାରି କରିଛନ୍ତି। କରୋନାର ଦ୍ବିତୀୟ ଲହର ଆଶଙ୍କା ସତ୍ତ୍ବେ ଲୋକେ ବେପରୁଆ ମନୋଭାବ ପୋଷଣ କରୁଥିବାରୁ ସେଥିରେ ବ୍ରେକ ଦେବାକୁ ‘ମାସ୍କ ନାହିଁ ତ ସରକାରୀ ଏବଂ ବେସରକାରୀ ସେବା ନାହିଁ’ ଘୋଷଣା କରିଛି ଗଞ୍ଜାମ ଜିଲା ପ୍ରଶାସନ।

ଭିଡିଓ କନଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍ ପରିଚାଳନା ବୈଠକରେ ଏଭଳି ନିର୍ଦେଶନାମା ଜାରି କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟଅମୃତା କୁଲାଙ୍ଗେ। ମାସ୍କ ପରିଧାନ କରିନଥିବା ବ୍ୟକ୍ତିଙ୍କୁ ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ, ବସ୍, ତହସିଲ, ବ୍ଲକ କାର୍ଯ୍ୟାଳୟ ଏବଂ ଡାକ୍ତରଖାନା ଆଦି ସରକାରୀ ଓ ବେସରକାରୀ ଅନୁଷ୍ଠାନ ସେବା ଯୋଗାଇ ନଦେବାକୁ ଜିଲାପାଳ କହିଛନ୍ତି। ଲୋ​‌କେ କୌଣସି କାମରେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ସୁନିଶ୍ଚିତ କରିବାକୁ ସେ ଆହ୍ବାନ କରିଛନ୍ତି। ସବୁ ସ୍ଥାନରେ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକୁ ବ୍ୟାପକ କରାଯିବ। ମନ୍ଦିରକୁ ଯାଇ ସଂକ୍ରମିତ ନହେବାକୁ ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସତର୍କ କରାଇ ଦିଆଯାଉଛି । ସଂକ୍ରମଣ ପୁଣି ଥରେ ବ୍ୟାପି ପାରେ । ଏହି କାରଣରୁ ମନ୍ଦିର ଖୋଲିବାକୁ ବାରଣ କରାଯାଇଛି ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ଜଣେ ହେଲେ କୋଭିଡ୍ ଯୋଦ୍ଧା ଯେପରି ସଂକ୍ରମିତ ନହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଦୈନିକ ପରୀକ୍ଷା ସକାଶେ ଯାହା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେ ଦିଗରେ ଧ୍ୟାନ ଦେବା, ଦୀପାବଳି ପୂର୍ବରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାମ ଶେଷ କରି ଷ୍ଟିକର ଲଗାଇବାକୁ ଜିଲାପାଳ ନି​‌େ​‌ର୍ଦଶ ଦେଇଛନ୍ତି।

- Advertisement -

ଜିଲାରେ ଯେପରି ଗ୍ରୀନ ଦୀପାବଳି ପାଳନ ହେବ ସେଥି ସକାଶେ ଲୋକଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି। ପାର୍କ ଓ ଖେଳ ପଡିଆକୁ ଯାଇ ଲୋକେ ୱାକ କରିପାରିବେ। କିନ୍ତୁ ସାମାଜିକ ଦୂରତା ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲାପାଳ କବିନ୍ଦ୍ରକୁମାର ସାହୁ ଓ ଅମୀୟ କୁମାର ସାହୁ, ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲାପାଳ କୀର୍ତ୍ତି ଭାସନାନ,ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲା ଚିକିତ୍ସାଧୀକାରୀ ଡା.ଉମାଶଙ୍କର ମିଶ୍ର, ଜରୁରୀ କାଳୀନ ଅଧୀକାରୀ ଡ. ଦିବ୍ୟଲୋଚନ ମହାନ୍ତ, ଜିଲା ଶିକ୍ଷାଧିକାରୀ ଅମୁଲ୍ୟକୁମାର ପ୍ରଧାନ, ଜିଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories