www.samajalive.in
Saturday, December 6, 2025
15.1 C
Bhubaneswar

କୁଚିଣ୍ଡା ସରକାରୀ ଡାକ୍ତରଖାନାଙ୍କୁ ଆକ୍ରମଣ ଉଦ୍ୟମକୁ ସଚେତନ ନାଗରୀକ ମଞ୍ଚର ନିନ୍ଦା

କୁଚିଣ୍ଡା : କୁଚିଣ୍ଡା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବା କର୍ତ୍ତବ୍ୟରତ ଡାକ୍ତରଙ୍କ ପ୍ରତି ଅଶାଳୀନ ବ୍ୟବହାର ଦେବା ସହ ଆକ୍ରମଣ ଉଦ୍ୟମ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ଡାକ୍ତର,କର୍ମଚାରୀ ସଂଘ କଠୋର ଆଭିମୁଖ୍ୟ ନେଇ  ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳେଇଥିବା ଜଣାଯାଇଛି।।  ଅନ୍ୟପକ୍ଷେ ଆଜି କୁଚିଣ୍ଡା ସଚେତନ ନାଗରୀକ ମଞ୍ଚ  ଘଟଣାର ଦୃଢ ନିନ୍ଦା କରି ମୂଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି।

କୁଚିଣ୍ଡା ଉପଖଣ୍ଡୀୟ ମହକୁମାସ୍ଥ ସରକାରୀ ଡାକ୍ତରଖାନା ଉପଖଣ୍ଡର ଏକମାତ୍ର ନିର୍ଭରଯୋଗ୍ୟ ଚିକିତ୍ସାଳୟ। ପ୍ରତିଦିନ ଶତାଧିକ ଅଧିବାସୀ ଡାକ୍ତରଖାନାରୁ ଉପକୃତ ହେଉଥିବା ବେଳେ କେତେକ ଅପରାଧିକ ତତ୍ତ୍ୱ ଅଯଥା ଆତଙ୍କ କରୁଥିବା ଯୋଗୁଁ ସ୍ୱାଭାବିକ ସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପୁଲିସ ପ୍ରଶାସନ ମଧ୍ୟ ଏଦିଗରେ ଆବଶ୍ୟକ କଠୋର ମନୋଭାବ ପୋଷଣ କରୁନଥିବା ଯୋଗୁଁ  ଅପରାଧିକ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ସୋମବାର ରାତ୍ର ପ୍ରାୟ ୩ଟାରେ ଜନୈକ ନିଶାସକ୍ତ ଯୁବକ କୁଚିଣ୍ଡା  ଡାକ୍ତରଖାନାକୁ ଚିକିତ୍ସା ସକାଶେ ଆସି  ଆତଙ୍କ ସୃଷ୍ଟି କରିବା ଘଟଣା ନେଇ ତୀବ୍ର ଉଦବେଗ ପ୍ରକାଶ କରିଛି। ଡାକ୍ତର ଅବହେଳା କଲେ ନ୍ୟାୟିକ ସରକାରୀ ବ୍ୟବସ୍ଥା ନେଇ ପଦକ୍ଷେପ ନେବା ପରିବର୍ତ୍ତେ  ଆତଙ୍କ ସୃଷ୍ଟି କରିବାକୁ ମଞ୍ଚ ଭତ୍ସନା କରିଛି। ଅନ୍ୟପକ୍ଷେ ଅଭିଯୁକ୍ତ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିଲେ ମଧ୍ୟ ଡାକ୍ତରଙ୍କ ପ୍ରତି ଏତାଦୃଶା ବ୍ୟବହାର ଦେବା ଓ ପୁଲିସ ନିରବ ରହିଥିବା ନେଇ ସଚେତନ ମଞ୍ଚ  ଅସନ୍ତୋଷ ବ୍ୟକ୍ତ କରିଛି । ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସଚେତନ ମଞ୍ଚର ଆବାହକ ତଥା ବରିଷ୍ଠ ଓକିଲ ରବୀନ୍ଦ୍ର ନାଏକ, ବରିଷ୍ଠ ସଦସ୍ୟ ସୁଗତ ପଟେଲ ପ୍ରମୁ୍ଖ ଦୃଢ ଦାବି କରିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories