www.samajalive.in
Friday, December 5, 2025
26.1 C
Bhubaneswar

ବାଇକ ଧକ୍କାରେ, ରାସ୍ତା କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ଥାନା ଶିରିଡ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜନୈକ ୪୮ବର୍ଷିୟ ବ୍ୟକ୍ତି ଏକ ବାଇକ ଧକ୍କା ଧକ୍କାରେ ଗୁରୁତର ହୋଇ କୁଚିଣ୍ଡା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣା ନେଇ ଶିରିଡ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜମନକିରା ବ୍ଲକ ଶିରିଡ ପଞ୍ଚାୟତ ଦେଇ ଯାଇଥିବା ଜାତୀୟ ରାଜପଥରେ ରାସ୍ତା କାମ ଚାଲିଥିଲା। ଏଥିପାଇଁ ନିର୍ମାଣ କାର୍ଯ୍ୟ ନେଇଥିବା ବାଲାଜୀ ସଂସ୍ଥାର ଶ୍ରମିକ ଚୈତନ୍ୟ କିସାନ(୪୮) ରାସ୍ତା କାମରେ ନିୟୋଜିତ ଥିଲେ। ରାସ୍ତାରେ କାମ ଚାଲିଥିବା  ବେଳେ ଯାତାୟତ କରୁଥିବା ଗାଡିଙ୍କୁ ସିଗନାଲ ଦେବା ସହ ଅଟକାଇବା ବେଳେ ଦୃତବେଗରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଚୈତନ୍ୟ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ପରେ ଚିକିତ୍ସାସତ୍ତେ୍ୱ ମୃତ୍ୟୁ ଘଟିଥିଲା। ଏସଂକ୍ରାନ୍ତରେ କୁଚିଣ୍ଡା ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାଯାଇଛି। ମୃତ ବ୍ୟକ୍ତିର ଘର ଶିରିଡ ପଞ୍ଚାୟତ କୁଇଲାରୀଯୋର ଗ୍ରାମର ବୋଲି ଜଣାଯାଇଛି।  ଏହି ଘଟଣା ପ୍ରଚାର ହେବା ପରେ ଶିରିଡ, କୁଇଲାରୀଯୋରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାସ୍ତା କାମ ବେଳେ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ସହ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । କୁଚିଣ୍ଡ ପୁଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ମୃତଦେହ ବ୍ୟବଚ୍ଛେଦଦ କରିଥିବା ବେଳେ ଦୁର୍ଘଟଣା ଘଟେଇଥିବା ବାଇକକୁ ଜବତ କରିଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories