www.samajalive.in
Friday, December 5, 2025
26.1 C
Bhubaneswar

ସୁକତେଲ ନଦୀରୁ ମିଳିଲା ବିରଳ ଶିଳାଲେଖ ଓ ପ୍ରସ୍ତର ଖଣ୍ଡ

ଫାସଡ:ବଲାଙ୍ଗିର ଜିଲା ଲୋଇସିଂହା ଥାନାର ଗୋପାଳପୁର-ଛେଲବାହାଲ ଗାଁ ସୁକତେଲ ନଦୀରେ ବିରଳ ପ୍ରସ୍ତର ଖଣ୍ଡ ଉଦ୍ଧାର କରାଯାଇଛି। ଏହି ଶିଳାଲେଖ କେଉଁଠୁ ଆସିଲା ତାହା ଜାଣିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କୁକତା ପ୍ରକାଶ ପାଇଛି। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ଯାଞ୍ଚ କଲେ ପ୍ରକୃତରେ ଏହା କେଉଁ ସମୟର ଓ ସେହି ପ୍ରସ୍ତର ଖଣ୍ଡରେ କ’ଣ ଉଲ୍ଲେଖ ରହିଛି ତାହା ଜାଣିହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୁକତେଲ ନଦୀର ଦକ୍ଷିଣ ପାର୍ଶ୍ବରେ ବିରଳ ପ୍ରସ୍ତର ସହ ପ୍ରାଚୀନ ଶିଳାଲେଖ ମିଳିଛି। ପୂର୍ବରୁ ସେଠାରେ ଶୈବ କିମ୍ବା ଶକ୍ତି ପୀଠ ରହିଥାଇପାରେ ଏବଂ ପରବର୍ତ୍ତି ସମୟରେ ନଦୀ ଗର୍ଭରେ ପୋତି ହୋଇ ବିଲିନ ହୋଇ ଯାଇଥିବା ଆଲୋଚନା ହେଉଛି।

ସୁକତେଲ ନଦୀର ଦକ୍ଷିଣ ପାର୍ଶ୍ବରେ ବାଲି ଖୋଳିବା ପାଇଁ ଜେସିବି ନିୟୋଜିତ କରାଯାଇଥିଲା। ଜେସିବି ବାଲି ଖୋଳୁଥିବା ବେଳେ ଏହି ପ୍ରସ୍ତର ଖଣ୍ଡ ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ଖବର ପାଇ ସେଠାରେ ପହଞ୍ଚିଥିଲେ। ପ୍ରସ୍ତର ଖଣ୍ଡରେ ସୁକ୍ଷ୍ମ କାରିଗରି ରହିଥିବା ବେଳେ ରାଣୀପୁର ଝରିଆଲ, ଲିଙ୍ଗରାଜ ମନ୍ଦିରରେ ଥିବା ଶିଳାଖଣ୍ଡ ଭଳି ଦୃଶ୍ୟମାନ ହେଉଛି।
ପୁରାତନ କାଳରେ ଏଠାରେ ଏକ ମନ୍ଦିର ରହିଥିଲା ଏବଂ ତାହା ପରବର୍ତ୍ତୀ ସମୟରେ ନିଶ୍ଚିହ୍ନ ହୋଇଯାଇଥିବା ଅନୁମାନ କରାଯାଉଛି। ଛେଲବାହାଲ ଗାଁର ଶିବାନନ୍ଦ କର୍ମୀ, ଗୋପାଳପୁର ଗାଁର ହୃଷିକେଶ ଛୁରିଆ, ନୀଳମଣି ଗଡତ୍ୟା ପ୍ରମୁଖ ଏନେଇ ପ୍ରତ୍ନତ୍ତ୍ୱ ବିଭାଗକୁ ଟୁଇଟ୍ କରି ଜଣାଇ ଦିଆଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ଏହାର ଯାଞ୍ଚ କଲେ ସବିଶେଷ ତଥ୍ୟ ଜାଣିହେବ ବୋଲି ମତପ୍ରକାଶ ପାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories