www.samajalive.in
Wednesday, December 10, 2025
23.1 C
Bhubaneswar

ସୁପରନୋଭାଜ୍‌କୁ ହରାଇ ​ଟ୍ରେଲ୍‌ବ୍ଲେଜର୍ସ ଚମ୍ପିଆନ୍

ଶାରଜା: ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ୍​‌ର ଟୁର୍ଣ୍ଣାମେଣ୍ଟରେ ଟ୍ରେଲ୍‌ବ୍ଲେର୍ଜସ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟ୍ରେଲ୍‌ବ୍ଲେର୍ଜସ ୧୬ ରନ୍‌ରେ ଗତ ୨ ବର୍ଷର ଚମ୍ପିଆନ୍‌ ସୁପରନୋଭାଜ୍‌କୁ ପରାସ୍ତ କରିଛି। ଅଧିନାୟିକା ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ରାଧା ଯାଦବ ୫ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ଟ୍ରେଲ୍‌ବ୍ଲେର୍ଜସ ୮ ୱିକେଟରେ ୧୧୮ ରନ୍ କରିଥିଲା। ପରେ ଅଧିନାୟିକା ହରମନପ୍ରୀତ କୌରଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ସୁପରନୋଭାଜ୍ ୭ ୱିକେଟ ହରାଇ ୧୦୨ ରନ୍ କରି ପାରିଥିଲା। ଟ୍ରେଲ୍‌ବ୍ଲେର୍ଜସ ପ୍ରଥମଥର ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଛି।

ଟସ୍‌ ଜିତି ଗତ ୨ଟି ସଂସ୍କରଣର ଚମ୍ପିଆନ୍ ସୁପରନୋଭାଜ୍ ଫିଲ୍‌ଡିଂ ନେଇଥିଲା। ଟ୍ରେଲ୍‌ବ୍ଲେର୍ଜସ ପାଇଁ ଓପ୍‌ନର ଡିଆଣ୍ଡ୍ରା ଡଟିନ୍ ଧିମା ବ୍ୟାଟିଂ କରିଥିଲେ। ତେବେ ଅଧିନାୟିକା ସ୍ମୃତି ମାନ୍ଧାନା ଆରମ୍ଭରୁ ଷ୍ଟ୍ରୋକ୍‌ ଖେଳିଥିଲେ। ପାୱରପ୍ଲେରେ ଟ୍ରେଲ୍‌ବ୍ଲେର୍ଜସ ୪୫ ରନ୍ କରିଥିଲା। ୧୧ ଓଭରରେ ୭୧ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଡଟିନ୍ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଡଟିନ୍ ୩୨ ବଲ୍‌ରୁ ଗୋଟିଏ ଚୌକା ସହ ୨୦ ରନ୍‌ କରିଥିଲେ। ୩୮ ବଲ୍‌ରେ ମାନ୍ଧାନା ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫ଶ ଓଭରରେ ଆଉଟ ହୋଇଥିବା ମାନ୍ଧାନା ୪୯ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୮ ରନ୍ କରିଥିଲେ। ପରେ ୧୭ ରନ୍‌ରେ ଟ୍ରେଲ୍‌ବ୍ଲେଜର୍ସ ୭ଟି ୱିକେଟ ହରାଇଥିଲା। ରିଚା ଘୋଷ ୧୦ ଓ ଦୀପ୍ତି ଶର୍ମା ୯ ରନ୍ କରିଥିଲେ। ୧୭ଶ ଓଭରରେ ୨ଟି ଓ ଶେଷ ଓଭରରେ ୪ଟି ୱିକେଟ ପଡ଼ିଥିଲା। ବାମହାତି ସ୍ପିନର ରାଧା ଯାଦବ ୧୬ ରନ୍‌ଦେଇ ୫ଟି ୱିକେଟ ପାଇଥିଲେ। ଶେଷ ୫ ଓଭରରୁ ମାତ୍ର ୧୭ ରନ୍ ହୋଇଥିଲା।
୧୧୯ ରନ୍‌ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିଥିବା ସୁପରନୋଭାଜ୍‌କୁ ଶକ୍ତ ଧକ୍କା ଲାଗିଥିଲା; ଯେତେବେଳେ ଫର୍ମରେ ଥିବା ଶ୍ରୀଲଙ୍କାର ଓପ୍‌ନର ଚମାରି ଆଟ୍ଟାପଟୁ ୬ ରନ୍‌କରି ଆଉଟ ହୋଇଥିଲେ। ପରେ ତାନିୟା ଭାଟିଆ ୨୦ ବଲ୍‌ରୁ ୧୪ ରନ୍‌କରି ବିଦାୟ ନେଇଥିଲେ। ଜେମିମା ରଡ୍ରିଗ୍ବେଜ୍ ୧୩ ରନ୍ କରିଥିଲେ। ପରେ ହରମନପ୍ରୀତ କୌର ଓ ଶଶିକଳା ସିରିବର୍ଦ୍ଦନେ ସ୍କୋର୍‌କୁ ଆଗେଇ ନେଇଥିଲେ। ସିରିବର୍ଦ୍ଦନେ ୧୯ ରନ୍‌କରି ବିଦାୟ ନେଇଥିଲେ। ୧୯ଶ ଓଭରରେ ୩ଟି ୱିକେଟ ପଡ଼ିଥିଲା। ୩୬ ବଲ୍‌ରୁ ୨ଟି ​‌​ଚୌକା ସହ ହରମନପ୍ରୀତ ୩୦ ରନ୍ କରିଥିଲେ। ସଲ୍‌ମା ଖାତୁନ୍ ୩ଟି ଓ ଦୀପ୍ତି ଶର୍ମା ୨ଟି ୱିକେଟ ନେଇଥିଲେ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories