ମଙ୍ଗଳବାର ରାଶିଫଳ ( ୧୦-୧୧-୨୦୨୦)

ମେଷ: ଧନ ଅର୍ଜନ ପାଇଁ ଉପାୟ ଚିନ୍ତା କରିବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଭଲରେ ଚାଲିବ।

ବୃଷ: ଉଦାର ପ୍ରକୃତିର ହେବେ। ଦାନଶୀଳ ହେବା ଆଶା କରାଯାଏ। ସୁଖୀ ହେବେ। ଶୋଭନ ବ୍ୟକ୍ତିର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି।

ମିଥୁନ: ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ନାସ୍ତିକମାନଙ୍କଠାରୁ ଦୂରେଇ ରହିବେ। ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ମିତ୍ରଙ୍କଠାରୁ ସାହାଯ୍ୟ ମିଳିବ। ଧନାଗମର ସୂଚନା ମିଳୁଛି।

ସିଂହ: ସୁଖ ସନ୍ତୋଷ ଲାଭ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ଜିଣିବା ସହିତ ଧନଲାଭର ସୂଚନା ମିଳୁଛି। ଧନ ସମ୍ପଦ ଭରପୁର ରହିବ। ସୁଖୀ ହେବେ।

କନ୍ୟା: ସୁଯୋଗର ଉପଯୋଗ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ସାହସୀ ହେବେ। ଜ୍ଞାନ, ଗରିମାଯୁକ୍ତ ହୋଇପାରନ୍ତି। ବିଶୁଦ୍ଧଭାଷୀ ହେବେ।

ତୁଳା: ଦୁର୍ଗତଙ୍କୁ ସହାୟତା ଦେବେ। ସୁସ୍ଥ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। କରିତ୍‍କର୍ମା ହେବେ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

ଧନୁ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

କୁମ୍ଭ: ସୁଖଭୋଗ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ବନ୍ଧୁମାନଙ୍କ ସହଯୋଗ ମିଳିବ। ପତ୍ନୀ ଆପଣଙ୍କୁ ପତନରୁ ଉଦ୍ଧାର କରି ଉତ୍‍ଥାନ ଦେବେ। ସାହସୀ ହେବେ।

ମୀନ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆତ୍ମାଭାଜନ ହେବେ। କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ସୁଖଭୋଗ ଅଛି।

Comments are closed.