www.samajalive.in
Wednesday, December 10, 2025
16.1 C
Bhubaneswar

କ୍ରସର ମାଲିକ ଅପହରଣ ପ୍ରସଙ୍ଗ, ଚାଲିଛି ସିସିଟିଭ ଫୁଟେଜର ଯାଞ୍ଚ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ କ୍ରସର ୟୁନିଟର ଅନୀତି ଦୂରରୁ ଅପହରଣ ହୋଇଥିବା କ୍ରସର ମାଲିକଙ୍କ ସଂପର୍କରେ ପୁଲିସ କୌଣସି ସୁରାକ ପାଇ ପାରିନାହିଁ। ଅପହରଣ ହେବାରୁ ୨୪ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ହିଁ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ପରିବାର ବର୍ଗ ଏକ ପ୍ରକାର ହତାଶ ହୋଇପଡ଼ିଛନ୍ତି। ଏପରିକି ନିଜ ବ୍ୟବସାୟର ଲେଣଦେଣ ସଂପର୍କରେ ଶ୍ରୀ କୁଣ୍ଡୁ ଘରର ପରିବାର ବର୍ଗଙ୍କୁ ବେଶି କିଛି କଥା ଆଲୋଚନା କରୁନଥିବାରୁ ପରିବାର ବର୍ଗ ପକ୍ଷରୁ ମଧ୍ୟ ପୁଲିସକୁ ସେ ବାବଦରେ କୌଣସି ପ୍ରକାର ସୁରାକ ମିଳିପାରିନାହିଁ। ଅପରପକ୍ଷରେ ଅପହୃତ କ୍ରସର ମାଲିକଙ୍କୁ ଠାବ କରିବା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିୟୋଜିତ ଦୁଇ ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ଼ ଜିଲା ବାହାରକୁ ଯାଇଥିଲେ ମଧ୍ୟ ସେମାନଙ୍କ ଠାରୁ ମଧ୍ୟ କୌଣସି ଖବର ପହଞ୍ଚିନାହିଁ। ଏପରିସ୍ଥଳେ ଏସ.ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ ଜାରି ରଖିବା ସହ କ୍ରସର ୟୁନିଟ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ ଆରମ୍ଭ କରିଦେଇଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, କେତେକ ଲୋକଙ୍କୁ ପଚରାଉଚୁରା କରାଯାଇଥିଲେ ମଧ୍ୟ ସେଥିରୁ ବି କୌଣସିି ସୁରାକ ମିଳିପାରିନାହିଁ। ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର କରିବା ଓ ଅଭିଯୁକ୍ତଙ୍କୁ ଧରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଗତ ଦିନମାନଙ୍କରେ ଏଠାରେ ସକ୍ରିୟ ଥିବା ବିଭିନ୍ନ ଅପରାଧି ଗୋଷ୍ଠୀଙ୍କ ଅବସ୍ଥିତି ଓ ସେମାନଙ୍କ ସହଯୋଗୀଙ୍କ କାର୍ଯ୍ୟକଳାପ ସଂପର୍କରେ ମଧ୍ୟ ପୁଲିସ ଭିତରିଆ ତଦନ୍ତ ଚଳାଇଛି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories