www.samajalive.in
Sunday, December 14, 2025
17.1 C
Bhubaneswar

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚାରି ବର୍ଷ ପୂର୍ବେ ଆଜିର ଦିନରେ  ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ବିମୁଦ୍ରୀକରଣ ପାଇଁ ତାଙ୍କ ସରକାରଙ୍କ ନିଷ୍ପତ୍ତି କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିମୁଦ୍ରୀକରଣକୁ ଚାରି ବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତିର ଲାଭ ଉପରେ ଆଲୋକପାତ କରିଛନ୍ତି।


ପ୍ରଧାନମନ୍ତ୍ରୀ ଟ୍ବିଟରେ ଉଲ୍ଲେଖକରି କହିଛନ୍ତି ଯେ ତାଙ୍କ ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଦେଶରୁ କଳା ଟଙ୍କା ହ୍ରାସ କରିବାରେ ସହାୟକ ହୋଇଛି। ଏଥି ସହିତ ଦେଶରୁ ଟିକସ ସଂଗ୍ରହକୁ ବୃଦ୍ଧି କରିବା ସହ ଟିକସ ଏବଂ ଜିଡିପି ଅନୁପାତକୁ ବୃଦ୍ଧି କରିଛି। ଭାରତକୁ ନଗଦ ଭିତ୍ତିକ ଅର୍ଥନୀତିରେ ପରିଣତ କରିଛି ଏବଂ ଜାତୀୟ ନିରାପତ୍ତାକୁ ସୁଦୃଢ କରିଛି। ଦେଶର ଅଗ୍ରଗତି ପାଇଁ ଏହି ଫଳାଫଳ ଅତ୍ୟନ୍ତ ଲାଭଦାୟକ ଅଟେ ବୋଲି ମୋଦୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ସହିତ ଏକ ଗ୍ରାଫିକ୍ ଅଂଶୀଦାର ମଧ୍ୟ ଟ୍ବିଟ୍ କରିଛନ୍ତି ଯେଉଁଥିରେ ଏହା ବିମୁଦ୍ରିକରଣର ଲାଭ ଆଲୋକପାତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories