www.samajalive.in
Monday, December 8, 2025
16.1 C
Bhubaneswar

କରୋନା ଯୋଦ୍ଧା ପ୍ରବୀରଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ ପାଇଁ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ

ଭୁବନେଶ୍ୱର :  କରୋନା ଯୋଦ୍ଧା ପ୍ରବୀର କୁମାର ପ୍ରଧାନ କରେନାରେ ଆକ୍ରାନ୍ତ ହୋଇ ଗତ ଗୁରୁବାର ଏକ ଘରୋଇ ହସପିଟାଲରେ ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କ ଅମର ଆତ୍ମାର ସଦଗତ କାମନା କରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍‍ଜି ଠାରୁ ଏକ କ୍ୟାଣ୍ଡେଲ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍‍ ଠାରେ ପହଞ୍ଚି ଥିଲା। ସେଠାରେ ସ୍ୱର୍ଗତ ପ୍ରବୀରଙ୍କ ନିମନ୍ତେ ୨ ମିନିଟ୍‍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଅମର ଆତ୍ମାପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ପ୍ରବୀରଙ୍କ ପରିବାରକୁ ତୁରନ୍ତ ୫୦ ଲକ୍ଷ ଟଙ୍କା ପ୍ରାଦାନ ,ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା।

ଏଥିସହିତ କରୋନା ମହାମାରିର ଭୟାବହତା ଭିତରେ ନିଜ ଜୀବନକୁ ବାଜି ଲଗାଇ କରୋନା ସହ ଲଢୁଥିବା ପୁଲିସ ,ଡାକ୍ତର ,ସ୍ୱାସ୍ଥ୍ୟ କର୍ମୀ ,ସଫେଇ କର୍ମଚାରି ଓ ସାମ୍ବାଦିକଙ୍କ ନିରପତ୍ତା ଦୃଷ୍ଟିରୁ ଟିକା କରଣର ଆବଶ୍ୟକତା ଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସାମ୍ବାଦିକଙ୍କୁ ବାଦ ଦିଆଯିଆଛି। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ମହାମାରିରେ ପ୍ରମୁଖ ଭୁମିକା ନିଭାଉଥିବା ସାମ୍ବାଦିକ ମାନଙ୍କୁ ଟିକା କରଣ ପର୍ଯ୍ୟାୟ ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଆବାହାକ ସୁକାନ୍ତ କୁମାର ରାଉତ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୈାରୀ ପ୍ରସାଦ ମହାନ୍ତି ,ବିଦ୍ୟାଧର ବାରିକ୍‍ ,ସତ୍ୟଜିତ୍‍ ରାଉତ ,ମନୋରଞ୍ଜନ ମିଶ୍ର ,ସୋଭାଗ୍ୟ ରଞ୍ଜନ ମହାନ୍ତି ,ବିଶ୍ୱଜିତ୍‍ ଦାସ ,ଦିପକ କୁମାର ମହାପାତ୍ର ,ରାଜିବ୍‍ ନୟନ ରଥ ,ସୁଧିର କୁମାର ପାଣ୍ଡେ ,ନିର୍ମଳ ଚରଣ ସେଠୀ ,ଅଞ୍ଜନ ନାଥ ,ଜୟଦେବ ନାୟକ ,ଶିତୁଲ୍‍ ନାୟକ ,ଆର ଏସ୍‍ ମହାନ୍ତି ,ଅଶୋକ ମହାନ୍ତି ,ବିମଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories