www.samajalive.in
Saturday, December 6, 2025
14.1 C
Bhubaneswar

ଦୀପାନ୍ବିତାଙ୍କୁ ଶ୍ରେଷ୍ଠ ଫଟୋଜେନିକ ଟାଇଟଲ

ସମ୍ବଲପୁର: ଅପେରା ମିଡିଆ ଏଣ୍ଡ ରିକ୍ରିଏସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ‘ ମିସ ଇଣ୍ଡିଆ ଅପେରା କୁଇନ- ୨୦୨୦’ରେ ସମ୍ବଲପୁର ଲଳନା ଦୀପନ୍ବିତା ପତି ଶ୍ରେଷ୍ଠ ଫଟୋଜେନିକ ଓ ଶ୍ରେଷ୍ଠ ଫଟୋଗ୍ରାଫି ବର୍ଗରେ ଟାଇଟଲ ଜିଣିଛନ୍ତି। ଦୀପନ୍ବିତା ଆନ୍ତର୍ଜାତୀକ ଫେସନ ଜଗତରେ ନିଜ ନାମ ଉଜ୍ବଳ କରିବା ସହିତ ସମ୍ବଲପୁରର ଗୌରବ ବୃଦ୍ଧି କରିଛନ୍ତି।

 

- Advertisement -

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବାଣିଜ୍ୟ ସ୍ନାତକ ଛାତ୍ରୀ ଦୀପନ୍ବିତା ଅନଲାଇନରେ ଅନୁଷ୍ଠିତ ହି ପ୍ରତିଯୋଗିତାରେ ପ୍ରଥମ ଦୁଇ ରାଉଣ୍ଡ ଅନାୟାସରେ ଅତିକ୍ରମ କଲା ପରେ ଫାଇନାଲ ରାଉଣ୍ଡକୁ ପ୍ରବେଶ କରି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସେ ସମ୍ବଲପୁରୀ ପୋଷାକ ପରିଧାନ କରି ହୀରାକୁଦ ଜଳଭଣ୍ଡାର କୂଳରେ ନିଜ ଫଟୋ ଓ ଭିଡିଓଗ୍ରାଫି କରାଇ ପ୍ରତିଯୋଗିତା ପାଇଁ ପଠାଇଥିଲେ। ଏହା ତାଙ୍କୁ ଶ୍ରେଷ୍ଠ ଫଟୋଜେନିକ ଓ ଶ୍ରେଷ୍ଠ ଫଟୋଗ୍ରାଫି ବର୍ଗରେ ଟାଇଟଲ ବିଜୟିନୀ କରିଛି। ଅପେରା ଫେସନ ସୋ’ ପ୍ରଚ୍ଛଦ ପୃଷ୍ଠାରେ ତାଙ୍କ ଫଟୋ ସ୍ଥାନ ପାଇଛି। ଫେସନଜଗତ ପ୍ରତି ଦୀପନ୍ବିତାଙ୍କ ଦୁର୍ବାର ଆକର୍ଷଣ ଥିଲେ ମଧ୍ୟ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories