www.samajalive.in
Friday, December 5, 2025
20.1 C
Bhubaneswar

୮ ମାସର କଡା ନୟିମ ବଦଳିଲା; ରୋପୱେ ଚାଲିଲା

ହୀରାକୁଦ: ହୀରାକୁଦ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ପେଣ୍ଠ ସ୍ଥଳି, ଯାହାକୁ ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି। କୋଭିଡ ମହାମାରୀ ପାଇଁ ଏହି ପର୍ଯ୍ୟଟନ ସ୍ଥଳି ମଧ୍ୟ ବନ୍ଦ ହୋଇ ପଡି ରହିଥିଲା। ନିୟମ କୋହଳ ପରେ ଏହି ପର୍ଯ୍ୟଟନ ସ୍ଥଳିରେ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଗାନ୍ଧୀ ମିନାର, ଜବାହାର ମିନାର ଏବଂ ଜବାହାର ପାର୍କ ଖୋଲିଥିଲା କିନ୍ତୁ ନୂତନ ଭାବେ ଗଢିଉଠିଥିବା ପର୍ଯ୍ୟଟନ ଆକର୍ଷଣ ହୀରାକୁଦ ରୋପୱେ ନିୟମ ଅସ୍ପଷ୍ଟ ପାଇଁ ଖୋଲି ନ ଥିଲା। ଆଜି ଏହାକୁ କଡା ନିୟମ ପାଳନ କରି ଖୋଲିବାର ଦେଖାଯାଇଥିଲା।

ଆଜି ସକାଳ ସମୟରେ ହୀରାକୁଦ ଅଞ୍ଚଳର ବିଜୁଳି ସକାଳ ୯ ଟା ସମୟରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ କଟାଯାଇଥିଲା। ଏହାକୁ ଆଖି ଆଗରେ ରଖି ମହାନଗର ନିଗମ ତରଫରୁ ଡିଜି ସେଟ ଦ୍ୱାରା ଚଲାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ଏହାକୁ ଚଳାଇବା ଆଗରୁ ସମ୍ବଲପୁର ମହାନଗର ନିଗମ ତରଫରୁ ପ୍ରତ୍ୟେକ କେବିନକୁ ସାନିଟାଇଜ କରାଯାଇଥିଲା। ତାପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆ ଯାଇଥିଲା। ଏହି କୋଭିଡ ନିୟମ ଅନୁସାରେ ସମ୍ବଲପୁର ମହାନଗର ନିଗମ ତରଫରୁ ଏହି କେବିନରେ ବସିବା ପାଇଁ ନୂଆ ନିୟମ ଜାରି କରାଯାଇଥିଲା। ପ୍ରତ୍ୟେକ କେବିନରେ ଚାରିଜଣ ବସନ୍ତି କିନ୍ତୁ ଏବେ ଏହି ମହାମାରୀ ସମୟରେ ନୂତନ ନିୟମ ଜାରୀ କରାଯାଇଛି। ସେହି ନିୟମ ହେଲା ଗୋଟିଏ କେବିନରେ ପରିବାରର ପର୍ଯ୍ୟଟକ ଥିଲେ ୪ ଜଣ ବସି ପାରିବେ ଯଦି ଜଣକିଆ ଥିବେ ଗୋଟିଏ କେବିନରେ ଦୁଇଜଣ ବସିବେ। ଏହି ନିୟମକୁ ମାନି ରୋପୱେ ଚାଲୁ କରାଯାଇଥିଲା ଏବଂ ଆଜିର ଦିନରେ ୧୨୫ ଜଣ ପର୍ଯ୍ୟଟକ ଏହି ରୋପୱେରେ ବସି ଆନନ୍ଦ ଉପେଭୋଗ କରିଥିଲେ। ଗତ ୧୪ ମାର୍ଚ୍ଚରୁ ଏହା ବନ୍ଦଥିଲା।

- Advertisement -

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories